ଓଡିଶା

odisha

By

Published : Nov 9, 2020, 6:02 PM IST

ETV Bharat / state

ଯାଜପୁର ରୋଡ ପୋଲିସ ପଞ୍ଝାରେ ଡକାୟତ ଗ୍ୟାଙ୍ଗ, ଅଭିଯୁକ୍ତଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ

ଯାଜପୁର ଜିଲ୍ଲା ବ୍ୟାସ ସରୋବର ଅଞ୍ଚଳରୁ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏହି ଅଞ୍ଚଳରେ ଡକାୟତୀ କରିବାକୁ ଯୋଜନା କରୁଥିଲା ଏହି ଗ୍ୟାଙ୍ଗ । ଅଧିକ ପଢ଼ନ୍ତୁ...

ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ଯାଜପୁର ରୋଡ ପୋଲିସ, ଅଭିଯୁକ୍ତଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ
ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ଯାଜପୁର ରୋଡ ପୋଲିସ, ଅଭିଯୁକ୍ତଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ

ଯାଜପୁର:ଯାଜପୁର ଜିଲ୍ଲା ବ୍ୟାସ ସରୋବର ଅଞ୍ଚଳରୁ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗତକାଲି (ରବିବାର) ବିଳମ୍ବିତ ରାତିରେ ଯାଜପୁର ରୋଡ ପୋଲିସ ପକ୍ଷରୁ ପେଟ୍ରୋଲିଂ ସମୟରେ କୌଣସି ଏକ ସୂତ୍ରରୁ ବ୍ୟାସ ସରୋବରରେ କିଛି ଯୁବକ ଡକାୟତ ଯୋଜନା କରୁଥିବା ଖବର ମିଳିଥିଲା । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାକୁ ସଫଳ ହୋଇଥିଲା । 5ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ ।

ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ଯାଜପୁର ରୋଡ ପୋଲିସ, ଅଭିଯୁକ୍ତଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ

ଏହି ଡକାୟତମାନେ ପୂର୍ବରୁ ମଧ୍ୟ ବହୁ ଡକାୟତ ଘଟଣାରେ ସମ୍ପୃକ୍ତ ରହିଥିବା ସୂଚନା ଦେଇଛନ୍ତି। ଏହାସହ କିଛି ଦିନ ତଳେ ଯାଜପୁର ଯୋଗୀ ସାହିରେ ହୋଇଥିବା ଡକାୟତୀ ଘଟଣାରେ ଏହି ଅଭିଯୁକ୍ତମାନେ ସମ୍ପୃକ୍ତ ଥିଲେ । ରବିବାର ବିଳମ୍ବିତ ରାତିରେ ଏହି ଡକାୟତମାନେ ବ୍ୟାସସରୋବର ନିକଟରେ ଡକାୟତି କରିବାକୁ ଯୋଜନା କରୁଥିଲେ । ପୋଲିସ ପହଞ୍ଚି ଏହି ଡକାୟତୀ ଯୋଜନାକୁ ପଣ୍ଡ କରିଥିଲା। ଘଟଣାସ୍ଥଳରୁ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳ ଦୁଇ ଜଣ ଡକାୟତ ଫେରାର ହୋଇଯାଇଥିଲେ। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ, କିଛି ମାରଣାସ୍ତ୍ର, 9ଟି ମୋବାଇଲ, ହାତଘଣ୍ଟା,ଦୁଇଟି ଜୀବନ୍ତ ବୋମା, ଗୋଟିଏ ବାଇକ, ସୁନା ମୁଦି ଆଦି ଜବତ କରିଛି ପୋଲିସ ।

ଏହି ଅଭିଯୁକ୍ତମାନେ ଆଉ କେଉଁ କେଉଁ ଘଟଣାରେ ସମ୍ପୃକ୍ତ ରହିଛନ୍ତି ସେନେଇ ତଦନ୍ତ ଜାରି ରହିଛି । ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବା ନେଇ ଯାଜପୁର ପୋଲିସ ଏସଡପିଓ ଚିନ୍ମୟ ନାୟକ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details