ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ - jajpur police asi in vigilance trap

10 ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ଯାଜପୁର ବିଞ୍ଝାରପୁର ଥାନା ଏଏସଆଇ ଯୁଧିଷ୍ଠିର ମଲ୍ଲିକ । ଅଧିକ ପଢନ୍ତୁ..

ଲାଞ୍ଚ ନେବା ପଡିଲା ମହଙ୍ଗା: ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ

By

Published : Nov 14, 2019, 2:35 PM IST

ଯାଜପୁର: ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ । 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଲେ ଯାଜପୁର ବିଞ୍ଝାରପୁର ଥାନା ଏଏସଆଇ ଯୁଧିଷ୍ଠିର ମଲ୍ଲିକଙ୍କୁ ଧରିଲା ଭିଜିଲାନ୍ସ ।

ଲାଞ୍ଚ ନେବା ପଡିଲା ମହଙ୍ଗା: ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ

ବିଞ୍ଝାରପୁର ଥାନା କଣ୍ଟିପୁର ଗାଁର ବାଇଧର ମଲିକଙ୍କଠାରୁ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ଯାଜପୁର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ବାଇଧରଙ୍କ ଭାଇଙ୍କ ନାଁରେ ଥିବା ଏତଲାରେ ସାହାଯ୍ୟ କରିବା ଓ ତାଙ୍କୁ ଗିରଫ ନକରିବା ପାଇଁ ସେ ବାରମ୍ବାର ଲାଞ୍ଚ ମାଗିଆସୁଥିଲେ । ପ୍ରଥମେ 3000 ହଜାର ଟଙ୍କା ନେଇଥିଲେ । ଆଉ ପରେ 15 ହଜାର ଟଙ୍କା ଦାବି କରିଥିଲେ ଏଏସଆଇ । କିନ୍ତୁ ଏଥିପାଇଁ ବାଇଧର 10 ହଜାର ଟଙ୍କା ଦେବା ପାଇଁ ରାଜି ହୋଇ ଭିଜିଲାନ୍ସର ସହଯୋଗ ମାଗିଥିଲେ ।

ଯୋଜନା ମୁତାବକ ଗୁରୁବାର ସେ ଏହି ଟଙ୍କା ନେଉଥିବା ବେଳେ ଯାଜପୁର ଭିଜିଲାନ୍ସ ଡିଏସପି ବନମାଳୀ ଧଳ ଏବଂ ଇନ୍ସପେକ୍ଟର ଅନୁସୟା ସେନାପତି ଏଏସଆଇଙ୍କୁ କାବୁ କରି ଗିରପଂ କରିଥିଲେ । ଏହାସହ ଏଏସଆଇଙ୍କ ଠାରୁ ନଗଦ 10 ହଜାର ଟଙ୍କା ଭିଜିଲାନ୍ସ ଜବତ କରିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details