ଯାଜପୁର: ନୀଳାଚଳ ଇସ୍ପାତ ଧାରଣାର ଦ୍ୱିତୀୟ ଦିନରେ ଯୋଗଦେଲେ ବହୁ କର୍ମଚାରୀ। ଯାଜପୁର ଜିଲ୍ଲା କଳିଙ୍ଗନଗର ଶ୍ରମିକ ସଂଗଠନ ଓ ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ତରଫରୁ ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତର ସୁରକ୍ଷା, ପୁନରୁର୍ଦ୍ଧାର ଓ ବକେୟା ଦରମା ଦାବିରେ ନୀଳାଚଳ ଇସ୍ପାତ ସୁରକ୍ଷା ଦିବସ ପାଳନ କରାଯାଇଛି ।
କୋଭିଡ-୧୯ ନିୟମ ମାନି ଆବଶ୍ୟକ ସଂଖ୍ୟାର କର୍ମଚାରୀମାନେ ଏକତ୍ରିତ ହୋଇ ନୀଳାଚଳର ସୁରକ୍ଷା, ପୁନରୁର୍ଦ୍ଧାର ଓ ବକେୟା ଦରମା ଦାବି କରିଥିଲେ । ଏହି ଧାରଣାରେ ପୁଞ୍ଜି ପ୍ରତ୍ୟାହାର କରି ନିଜସ୍ୱ ଲୁହାପଥର ଖଣିକୁ କାର୍ଯ୍ୟକ୍ଷମ ନକରି କଞ୍ଚାମାଲ ଅଭାବ ଦର୍ଶାଇ ଏକ ବର୍ଷ ରୁଗ୍ଣ କରି କାରଖାନାକୁ ସମ୍ପୂର୍ଣ୍ଣ ଅଚଳ କରିବା ଓ ପାଞ୍ଚ ମାସରୁ ଉର୍ଦ୍ଧ୍ବ ହେବ ଦରମା ନଦେଇ କର୍ମଚାରୀଙ୍କୁ ମାନସିକ ଯନ୍ତ୍ରଣା ଦେବା ଏବଂ ଅନାହାର ଓ ଆତ୍ମହତ୍ୟା ଜନିତ ମୃତ୍ୟୁମୁହଁକୁ ଠେଲିଦେବା ନୀତିକୁ ବିରୋଧ କରାଯାଇଥିଲା ।