ଓଡିଶା

odisha

ETV Bharat / state

ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ - ସ୍ୱାୟତ ଶାସନ ଦିବସ

ଯାଜପୁର ଜିଲ୍ଲା ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୌରପାଳିକାର କର୍ମଚାରୀଙ୍କୁ ପୋଷାକ, ଛତା ଆଦି ବଣ୍ଟନ କରାଯାଇଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୌରପାଳିକା ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ
ପୌରପାଳିକା ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ

By

Published : Aug 31, 2020, 5:04 PM IST

ଯାଜପୁର: ଜିଲ୍ଲା ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୌରପାଳିକାର କର୍ମଚାରୀ ମାନଙ୍କୁ ପୋଷାକ, ଛତା ଆଦି ବଣ୍ଟନ କରାଯାଇଥିଲା । ସହରକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ କୋଦଣ୍ଡପୁର ଏବଂ ଜାଗେଶ୍ୱରପୁରରେ ଜୈବିତ ଖତ କେନ୍ଦ୍ରର ଉଦଘାଟନ କରାଯାଇଥିଲା ।

ପୌରପାଳିକା ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ

ସହରରେ ବାହାରୁଥିବା ବିଭିନ୍ନ ବର୍ଜ୍ୟବସ୍ତୁକୁ ଏଠାରେ ପରିଚାଳନା କରାଯାଇ ଖତ ଉତ୍ପାଦନ କରାଯାଇ ସାଧାରଣ ଲୋକଙ୍କୁ ବିକ୍ରି କରାଯିବ ବୋଲି ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଥିଲେ । ଏଥିସହିତ ଏହି ଅଞ୍ଚଳରେ ଏକ ସୁନ୍ଦର ପାର୍କ କରାଯିବ ଏଥିପାଇଁ ଆଜି ମଧ୍ୟ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲା ସଂସ୍କୃତି ଅଧିକାରୀ, ପୌରପାଳିକା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details