ଯାଜପୁର: ଖଣି ଶ୍ରମିକଙ୍କୁ ପାରିଶ୍ରମକି ଦେବାରେ ଅବହେଳା । ଏ ନେଇ ବୁଧବାର କାଳିଆପାଣି ବାଲେଶ୍ବର ଆଲଏଜ୍ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଶତାଧିକ ଶ୍ରମିକ ।
ବାଲେଶ୍ବର ଆଲଏଜ ଖଣିରେ କାର୍ଯ୍ୟରତ ଶତାଧିକ ଶ୍ରମିକଙ୍କୁ ଠିକ୍ ଭାବରେ ଦରମା ନ ଦେବା ଅଭିଯୋଗ ହୋଇଛି । କ୍ରୋମାଇଟ ଖାଦାନ ମଜଦୁର ସଂଘ ନେତୃତ୍ବରେ ଖଣି ଫାଟକ ଆଗରେ ଧାରଣାରେ ବସିଛନ୍ତି ଶତାଧିକ ଶ୍ରମିକ । ବାକି ରହିଥିବା ଦରମା ପ୍ରଦାନ କରିବା, ଇପିଏଫ୍ ଓ ବୋନସ୍ ଦେବା ଆଦି ବିଭିନ୍ନ ଦାବି ନେଇ ଧାରଣା ଦେବା ସହ ରାସ୍ତା ଅବରୋଧ ହୋଇଥିବା ଜଣାପଡିଛି ।