ଓଡିଶା

odisha

ETV Bharat / state

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାଟର କେଳେଙ୍କାରୀର ତଦନ୍ତ କଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ - ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାଟର କେଳେଙ୍କାରୀ

ଯାଜପୁର ରୋଡ ମେଡିକାଲରେ କର୍ମଚାରୀଙ୍କୁ କ୍ବାଟର ବଣ୍ଟନରେ ହେରଫେର ଅଭିଯୋଗ ହେବା ପରେ ଜିଲ୍ଲା ସ୍ବାସ୍ଥ୍ଯ ଅଧିକାରୀ ଏନେଇ ପଦକ୍ଷେପ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାଟର କେଳେଙ୍କାରୀର ତଦନ୍ତ କଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାଟର କେଳେଙ୍କାରୀର ତଦନ୍ତ କଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ

By

Published : Nov 13, 2020, 10:48 PM IST

Updated : Nov 13, 2020, 10:57 PM IST

ଯାଜପୁର: ଯାଜପୁର ରୋଡ ମେଡିକାଲରେ ଜରୁରୀ ସେବା ଯୋଗାଉଥିବା କର୍ମଚାରୀଙ୍କୁ କ୍ୱାଟର ମିଳୁନଥିବା ଅଭିଯୋଗ ଆସିଛି । ଏଥିସହ ଯେଉଁମାନଙ୍କର କ୍ୱାଟର ଆବଶ୍ୟକ ନାହିଁ ତାଙ୍କୁ କ୍ୱାଟର ଯୋଗାଇ ଦିଆଯାଉଥିବା ମଧ୍ୟ ଅଭିଯୋଗ କରାଯାଇଛି ।

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାଟର କେଳେଙ୍କାରୀର ତଦନ୍ତ କଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ

ଏଭଳି ଅଭିଯୋଗ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି । ମେଡିକାଲର ଅଫିସର ଜଣେ ଷ୍ଟାଫନର୍ସଙ୍କୁ କ୍ୱାଟର ଦେଲା ପରେ ଦେଖା ଦେଇଥିଲା ବିବାଦ। ଗୋଟେ ପଟରେ ଜିଲ୍ଲାସ୍ୱାସ୍ଥ୍ୟ ଅଧିକାରୀ ଚିଠି ମାଧ୍ୟମରେ ରେଡ଼ିଓଗ୍ରାଫରଙ୍କୁ ଦୁଇଥର କ୍ୱାଟର ଦେବାକୁ ମେଡିକାଲ ଅଧିକାରୀ ସନ୍ତୋଷ କୁମାର ପୃଷ୍ଟିଙ୍କୁ ନିର୍ଦେଶ ଦେଇ ଥିବାବେଳେ ସେ ଚିଠିକୁ ଅବମାନନା କରି ଜଣେ ଷ୍ଟାଫନର୍ସଙ୍କୁ କ୍ୱାଟର ଦେଇଛନ୍ତି, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ପ୍ରସାରିତ ହେବାପରେ ଶୁକ୍ରବାର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୁଧାଂଶୁ ଶେଖର ବଳ ପରିଦର୍ଶନରେ ଆସି ଏହାର ତଦନ୍ତ କରିଛନ୍ତି । ଏଥିସହିତ କ୍ୱାଟର ବଣ୍ଟନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି ଜରୁରିକାଳୀନ ସେବା ଯୋଗାଉଥିବା କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ କ୍ୱାଟର ଦେବାକୁ ଯାଜପୁର ରୋଡ ମେଡିକାଲ ଅଧିକାରୀ ଶ୍ରୀ ପୃଷ୍ଟିଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟଅଧିକାରୀ ସୁଧାଂଶୁ ଶେଖର ବଳ ନିର୍ଦେଶ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Nov 13, 2020, 10:57 PM IST

ABOUT THE AUTHOR

...view details