ଓଡିଶା

odisha

ETV Bharat / state

ନାବାଳକକୁ ବଳି ଦେଇଥିବା ତାନ୍ତ୍ରିକକୁ ଆଜୀବନ କାରାଦଣ୍ଡାଦେଶ - Jajpur man gets life term in sorcery case

ଯାଜପୁର ଜିଲ୍ଲା ଅତିରିକ୍ତ ଜିଲା ଦୌରାଜଜଙ୍କ ଗୁରୁତ୍ବପୂର୍ଣ ରାୟ। ନାବାଳକକୁ ବଳି ଦେଇ ହତ୍ୟା କରିଥିବା ତାନ୍ତ୍ରିକ କୁ ଆଜୀବନ କାରାଦଣ୍ଡାଦେଶ ସହିତ 35 ହଜାର ଟଙ୍କା ଜରିମାନା ଆଦାୟ ପାଇଁ ରାୟ ଦେଇଛନ୍ତି ଅଦାଲତ। ଅଧିକ ପଢନ୍ତୁ

ନାବାଳକକୁ ବଳି ଦେଇଥିବା ତାନ୍ତ୍ରିକକୁ ଆଜୀବନ କାରାଦଣ୍ଡାଦେଶ
ନାବାଳକକୁ ବଳି ଦେଇଥିବା ତାନ୍ତ୍ରିକକୁ ଆଜୀବନ କାରାଦଣ୍ଡାଦେଶ

By

Published : May 31, 2022, 10:08 PM IST

ଯାଜପୁର: ଯାଜପୁର ଜିଲ୍ଲା ଅତିରିକ୍ତ ଜିଲା ଦୌରାଜଜଙ୍କ ଗୁରୁତ୍ବପୂର୍ଣ ରାୟ। ନାବାଳକକୁ ବଳି ଦେଇ ହତ୍ୟା କରିଥିବା ତାନ୍ତ୍ରିକ କୁ ଆଜୀବନ କାରାଦଣ୍ଡାଦେଶ ସହିତ 35 ହଜାର ଟଙ୍କା ଜରିମାନା ଆଦାୟ ପାଇଁ ରାୟ ଦେଇଛନ୍ତି ଅଦାଲତ। ଗତ 2015 ମସିହା ଫେବ୍ରୁଆରୀ 26 ତାରିଖ ଦିନ କୁଆଖିଆ ଥାନା ରାଜେନ୍ଦ୍ରପୁର ଗାଁ ପୋଖରୀରୁ ନାବାଳକ ଅଭିଷେକ ନାୟକଙ୍କ ମୃତଦେହ ଉଦ୍ଧାର କରଯାଇଥିଲା।

ନାବାଳକକୁ ବଳି ଦେଇଥିବା ତାନ୍ତ୍ରିକକୁ ଆଜୀବନ କାରାଦଣ୍ଡାଦେଶ

ଏହି ଘଟଣାରେ ତନ୍ତ୍ର ସାଧନା କରୁଥିବା ଦୀପକ ନାୟକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତ ସମୟରେ ତାନ୍ତ୍ରିକ ଦୀପକ ଅଭିଷେକକୁ ଅପହରଣ କରି ନେଇ ବିଳମ୍ବିତ ରାତିରେ ବଳି ଦେଇ ହତ୍ୟା କରିବା ପରେ ତାକୁ ପୋଖରୀ ରେ ଫିଙ୍ଗିଦେଇଥିବା ଜଣାପଡିଥିଲା। ଅଦାଲତ 24 ଜଣ ସାକ୍ଷ୍ୟଙ୍କ ବୟାନ କୁ ଆଧାର କରି ଦୀପକଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details