ଯାଜପୁର:ଶାରଦୀୟ ଦୁର୍ଗାପୂଜା ପାଇଁ ଗାଁ ଠୁ ସହର ପୁରା ଚଳଚଞ୍ଚଳ। ଵିଶେଷ କରି ଯାଜପୁର ବିରଜା କ୍ଷେତ୍ରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଆଜି ମାଙ୍କ ପୀଠରେ କୋଭିଡ କଟକଣା ଭିତରେ ଯଥା ରିତିନୀତିରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ଏଥିପାଇଁ ବଡି ଭୋରୁ ମାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଶୃଙ୍ଖଳିତ ଦର୍ଶନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି।
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଢଙ୍ଗରେ ଚାଲିଛି ମହାଷ୍ଟମୀ ପୂଜା। ନାହିଁ ସେଭଳି କୋଳାହଳ ଓ ଗୋହଳି। କୋଭିଡ ଯୋଗୁଁ କଟକଣାରେ ଚାଲିଛି ମାଙ୍କ ପୂଜା। ଏହି ଅବସରରେ ହୋମଯଜ୍ଞ ଓ ପୂଜାର୍ଚ୍ଚନା ଚାଲିଛି। ସେପଟେ ପ୍ରତିଦିନ ଅପରାହ୍ନରେ ମଧ୍ଯ ମନ୍ଦିର ବେଢା ଚତୁର୍ପାର୍ଶ୍ବରେ ମାଙ୍କ ରଥଯାତ୍ରା ଜାରି ରହିଛି। ବିଶ୍ଵାସ ରହିଛି ସପ୍ତମୀ, ଅଷ୍ଟମୀ ଏବଂ ନବମୀ ଦିନ ମାଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପାପକ୍ଷୟ ହୋଇଥାଏ । ଏଥିପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି।
ଶାରଦୀୟ ଦୁର୍ଗାପୂଜା; ଉଠୁଛି ପଡୁଛି ବିରଜା କ୍ଷେତ୍ର, କଟକଣାରେ ମା’ଙ୍କ ଦର୍ଶନ - dussehra jajpur
ଶାରଦୀୟ ଦୁର୍ଗାପୂଜା ପାଇଁ ଗାଁ ଠୁ ସହର ପୁରା ଚଳଚଞ୍ଚଳ । ଵିଶେଷ କରି ଯାଜପୁର ବିରଜା କ୍ଷେତ୍ରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । କୋରୋନା କଟକଣାରେ ଭକ୍ତ ମା ଙ୍କୁ ଦର୍ଶନ କରୁଛନ୍ତି । ଅଧିକ ପଢନ୍ତୁ...
ଶାରଦୀୟ ଦୁର୍ଗାପୂଜା; ଯାଜପୁର ବିରଜା କ୍ଷେତ୍ରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ
ଜିଲ୍ଳା ଓ ରାଜ୍ୟ ବାହାରୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ। ସେପଟେ ଶାରଦୀୟ ଦୁର୍ଗାପୂଜା ପାଇଁ ମା ଙ୍କ ମନ୍ଦିରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ମାଙ୍କ ଦର୍ଶନ ରଥଯାତ୍ରା ପାଇଁ ଭକ୍ତଙ୍କ ଭିଡକୁ ଲକ୍ଷ୍ୟ ରଖି ମନ୍ଦୀର ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ