ଯାଜପୁର: ଲଭ ସେକ୍ସ ଧୋକା । ପ୍ରଥମେ ପ୍ରେମ ଆଉ ତାପରେ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିବା ପରେ ଏବେ ଜାତିକୁ ଆଧାର କରି ବିବାହ କରିବାକୁ ପ୍ରେମିକ ନାରାଜ । ଗର୍ଭବତୀ ଯୁବତୀ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇ ନିରାଶ ହେବା ପରେ ଏବେ ଆତ୍ମହତ୍ୟା କରିବା ପାଇଁ ଦେଇଛନ୍ତି ଚେତାବନୀ । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଳା ବଡଚଣା ଥାନା କୁନ୍ଦଳ ଗାଁରେ ।
କୁନ୍ଦଳ ଗାଁର ରାଧା(ଛଦ୍ମନାମ) ଦୀର୍ଘ ୪ବର୍ଷ ହେବ ସେହି ଗାଁର ପ୍ରସନ୍ନ ନାୟକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ପରେ ପରସ୍ପର ଶାରିରୀକ ସମ୍ପର୍କ ରଖିଥିଲେ । ଆଉ ଏବେ ୫ ମାସର ଗର୍ଭବତୀ ହୋଇଥିବା ରାଧାଙ୍କୁ ପ୍ରେମିକ ପ୍ରସନ୍ନ ଦେଇଛି ଧୋକା । ରାଧା ଛୋଟ ଜାତିର ହୋଇଥିବାରୁ ବିବାହ କରିବାକୁ ମନା କରିଦେଇଛି ।