ଓଡିଶା

odisha

ETV Bharat / state

ଦିବ୍ୟାଙ୍ଗ ଦେବପ୍ରସାଦ; ବର୍ଷ ବର୍ଷ ଧରି ଖଟରେ ଛଟପଟ, ଚିକିତ୍ସାରେ ଅର୍ଥ ବାଧକ - Divyang Deba prasad

ଖେଳିବା କୁଦିବା ବୟସ । ହେଲେ ଖଟରୁ ଉଠି ହେଉନି । କିଏ ଖୁଆଇ ଦେଲେ ଖାଉଛି । ଏପରି ଦୁର୍ଦ୍ଦିନରେ ଦିନ କାଟୁଛି ଯାଜପୁର ଦାନଗଦୀ ନୀଳଦେଇପୁର ଶାସନ ଗାଁର 13 ବର୍ଷର ଦିବ୍ୟାଙ୍ଗ ଦେବପ୍ରସାଦ । ଅଧିକ ପଢନ୍ତୁ...

ଦିବ୍ୟାଙ୍ଗ ଦେବପ୍ରସାଦ
ଦିବ୍ୟାଙ୍ଗ ଦେବପ୍ରସାଦ

By

Published : Dec 12, 2020, 5:55 PM IST

ଯାଜପୁର: ଯାଜପୁର ଦାନଗଦୀ ନୀଳଦେଇପୁର ଶାସନ ଗାଁର 13 ବର୍ଷର ଦିବ୍ୟାଙ୍ଗ ଦେବପ୍ରସାଦ । ଜନ୍ମହେବାର 8ମାସ ପରେ ପକ୍ଷାଘାତ ରୋଗରେ ପୀଡିତ ହୋଇ ସେ ନିଜ ପାଇଁ ଓ ପରିବାର ପାଇଁ ଦୁଃଖ ଆଣି ଦେଇଛନ୍ତି ।

ଖେଳିବା କୁଦିବା ବୟସରେ ଖଟରେ ପଡି ରହିଛନ୍ତି । କିଏ ଖୁଆଇ ଦେଲେ ଖାଉଛି, ଗାଧେଇ ଦେଇ ପୋଷାକ ପିନ୍ଧାଇଦେଲେ ପିନ୍ଧୁଛି । ବାପା ସଞ୍ଜୟ ଶତପଥୀ ଓ ମା’ ଦିପ୍ତିମୟୀଙ୍କ ସହିତ ଭଉଣୀ ହିଁ ଏବେ ତାର ସାହା ପାଲଟିଛନ୍ତି ।

ଦିବ୍ୟାଙ୍ଗ ଦେବପ୍ରସାଦ; ବର୍ଷ ବର୍ଷ ଧରି ଖଟରେ ଛଟପଟ, ଚିକିତ୍ସାରେ ଅର୍ଥ ବାଧକ

ଏତେ ଦିନ ହେବ ପକ୍ଷାଘାତ ହୋଇଥିଲେ ବି ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନଥିବାରୁ ବାପା ମା’ ତାକୁ ଘରକୁ ଆଣି ଭାଗ୍ୟକୁ ଆଦରି ପଡିରହିଛନ୍ତି ।

ଦେବପ୍ରସାଦଙ୍କ ବାପା ସଞ୍ଜୟ ଶତପଥୀ ପୂର୍ବରୁ ଏକ ଘରୋଇ ଚାକିରି କରିଥିବାବେଳେ ସ୍ନାୟୁଗତ ରୋଗରେ ପିଡିତ ହୋଇ ସୁସ୍ଥ ହୋଇଛନ୍ତି । ହେଲେ ଏହା ପରେ ଚାକିରି ନମିଳିବାରୁ ଘର ଘର ବୁଲି କ୍ଷୀର ପ୍ୟାକେଟ ବିକ୍ରି କରୁଛନ୍ତି ।

ସେଥିରୁ ଯାହା ରୋଜଗାର ହେଉଛି ନିଜ ପରିବାରକୁ ଦୁଃଖ କଷ୍ଟରେ ଚଳାଉଛନ୍ତି । ହେଲେ ଏବେ ବୋଝ ଉପରେ ନଳିତାବିଡା ପରେ ପୁଅର ଏଅବସ୍ଥାକୁ ସେ ଦେଖି ପାରୁଛନ୍ତି, ନା କିଛି କରିପାରୁଛନ୍ତି । ସେପଟେ ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗ ଭତ୍ତା ଓ ଚାଉଳ ମିଳୁଥିବାବେଳେ ଚିକିତ୍ସା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ବିଡିଓ ଆଶା ଦେଇଛନ୍ତି ।

ତେବେ କେବେ ଶୁଣିବେ ସରକାର, କେବେ ଭଲ ହୋଇ ଅଗଣାରେ ଖେଳିବ ଦେବପ୍ରସାଦ । ତାକୁ ହିଁ ଅପେକ୍ଷା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details