ଓଡିଶା

odisha

ETV Bharat / state

ପ୍ରେମ-ପ୍ରତିଶୃତି-ଗର୍ଭବତୀ, ଆଉ ପରେ ପ୍ରତାରଣା: ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ପୀଡିତା - justice in a love and betryal case

ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଗର୍ଭବତୀ କରାଇଲେ ଯୁବକ। ପରବର୍ତ୍ତୀ ସମୟରେ ବିବାହ କରିବାକୁ ମନା କରିବାରୁ ନ୍ୟାୟ ପାଇଁ ପୀଡ଼ିତା ଯାଜପୁର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ପ୍ରେମ-ପ୍ରତିଶୃତି-ଗର୍ଭବତୀ, ଆଉ ପରେ ପ୍ରତାରଣା; ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ପିଡିତା
ପ୍ରେମ-ପ୍ରତିଶୃତି-ଗର୍ଭବତୀ, ଆଉ ପରେ ପ୍ରତାରଣା; ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ପିଡିତା

By

Published : Jul 29, 2021, 10:27 PM IST

ଯାଜପୁର: ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଗର୍ଭବତୀ କରାଇଲେ ଜଣେ ଯୁବକ। ପରବର୍ତ୍ତୀ ସମୟରେ ବିବାହ କରିବାକୁ ମନା କରିବାରୁ ନ୍ୟାୟ ପାଇଁ ପୀଡ଼ିତା ଯାଜପୁର ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଅଭିଯୋଗ ମୁତାବକ ବାଲିଚନ୍ଦ୍ରପୁର ଥାନା ନଳିପୁର ଅଞ୍ଚଳର ତଫିଜୁଦ୍ଦିନ ଖାଁଙ୍କ ପୁଅ ସାଦତ୍ ଖାଁ ଆଜିକୁ ୫ ବର୍ଷ ହେବ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ପରେ ତାଙ୍କୁ ଗର୍ଭବତୀ ମଧ୍ୟ କରିଥିଲେ । ହେଲେ ପରେ ବିବାହ କରିବାକୁ ମନା କରିଦେଇଛି।

ପ୍ରେମ-ପ୍ରତିଶୃତି-ଗର୍ଭବତୀ, ଆଉ ପରେ ପ୍ରତାରଣା; ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ପିଡିତା

ଅଭିଯୋଗ କଲେ ଯୁବତୀଙ୍କର ଆପତ୍ତିଜନକ ଫଟୋ ଭାଇରାଲ ପାଇଁ ଯୁବକ ଜଣକ ଧମକ ଦେଇଥିଲା। ଏନେଇ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ। ତେଣୁ ତୁରନ୍ତ ପଦକ୍ଷେପ ନେବାକୁ ପୀଡିତାଙ୍କ ପରିବାର ଜିଲ୍ଲାପାଳଙ୍କୁ ଭେଟିବା ପରେ ଏସପିଙ୍କୁ ସାକ୍ଷାତ କରିବାକୁ ସେ ପରାମର୍ଶ ଦେଇଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details