ଓଡିଶା

odisha

ETV Bharat / state

ଯାଜପୁର ବନ୍ୟା ପରିସ୍ଥିତି ଜଟିଳ, ଓଡ୍ରାଫ ଟିମର ଉଦ୍ଧାର କାର୍ଯ୍ୟ ଜାରି - ଯାଜପୁର ବନ୍ୟା ପରିସ୍ଥିତି ଜଟିଳ

ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଜଟିଳ ହେବାକୁ ଲାଗିଛି । ଜିଲ୍ଲାରେ ପ୍ରବାହିତ ହେଉଥିବା ୩ଟି ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାକୁ ଲାଗିଛି । ଜିଲ୍ଲାର ତଳିଆ ଅଞ୍ଚଳ ମାନଙ୍କରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରକ୍ରିୟା ଚାଲିଛି ।

jajpur flood situation
ଯାଜପୁର ବନ୍ୟା ପରିସ୍ଥିତି ଜଟିଳ

By

Published : Aug 27, 2020, 12:37 PM IST

ଯାଜପୁର: ରାଜ୍ୟରେ ଲଘୁଚାପ ଜନିତ ବର୍ଷାରେ ବହୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ଏହାରି ମଧ୍ୟରେ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଜଟିଳ ହେବାକୁ ଲାଗିଛି । ଜିଲ୍ଲାରେ ପ୍ରବାହିତ ହେଉଥିବା ୩ଟି ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାକୁ ଲାଗିଛି । ଜିଲ୍ଲାର ତଳିଆ ଅଞ୍ଚଳ ମାନଙ୍କରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରକ୍ରିୟା ଚାଲିଛି ।

ଯାଜପୁର ଜିଲ୍ଲାରେ ଦଶରଥପୁର, କୋରେଇ ଓ ବିଞ୍ଝାରପୁର ଅଞ୍ଚଳରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଫଳରେ ୭୫ଟି ଗାଁ ଏବେ ଜଳବନ୍ଦୀରେ । ଏଥିପାଇଁ ଏହି ଗାଁର ଲୋକମାନଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରତ୍ୟେକ ଜଳବନ୍ଦୀ ଗାଁରେ ଓଡ୍ରାଫ ଓ ଅଗ୍ନୀଶମ ବିଭାଗର ଟିମ୍ ପହଞ୍ଚିଛି । ଏହି ଟିମ ବୋଟ ସାହାଯ୍ୟରେ ଜଳବନ୍ଦୀ ଥିବା ଗାଁରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପାଖପାଖି ୫ହାଜରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରିସାରି ସାରିଲାଣି ଏହି ଟିମ ।

ଯାଜପୁର ବନ୍ୟା ପରିସ୍ଥିତି ଜଟିଳ

ଏପଟେ ଜିଲ୍ଲାରେ ପୂର୍ବରୁ ଗୋଟିଏ ଏନଡିଆରଏଫ ଓ ଦୁଇଟି ଓଡ୍ରାଫ ଟିମ ଥିବାବେଳେ ଆଉ ଦୁଇଟି ଓଡ୍ରାଫ ଟିମ ମଗାଯାଇଛି । ତଳିଆ ଅଞ୍ଚଳ ମାନଙ୍କୁ ଏହିସବୁ ଟିମକୁ ଭାଗ କରି ପଠା ଯାଇଛି । ଏଥିସହ ଯାଜପୁର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ସଜାଗ ରହିଥିବା କହିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାଶ । ତେବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ସମ୍ପୂର୍ଣ୍ଣ ଦାସରଥପୁର ବନ୍ୟା ଅଞ୍ଚଳକୁ ଯାଇ ବନ୍ୟା ପ୍ରଭାବିତଙ୍କ ସମସ୍ୟା ବୁଝୁଛନ୍ତି ।

ଯାଜପୁର ବନ୍ୟା ପରିସ୍ଥିତି ଜଟିଳ

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details