ଓଡିଶା

odisha

ETV Bharat / state

ଯାଜପୁରର ଦୁଃଖ ବଢାଇଛି ବୈତରଣୀ ବ୍ରାହ୍ମଣୀ, ଭୋକ ଉପାସରେ ଜିଲ୍ଲାବାସୀ - Jajpur flood situation update

ଯାଜପୁର ଜିଲ୍ଲାରେ ବନ୍ୟା ବିତ୍ପାତ । ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା, କାଣୀ, କେଲୁଅ ଆଦି ନଦୀରେ ଆସିଛି ବନ୍ୟା । ବୈତରଣୀରେ ଏବେ ବି ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ଏହା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Jajpur flood
Jajpur flood

By

Published : Aug 28, 2020, 9:26 PM IST

Updated : Aug 28, 2020, 9:48 PM IST

ଯାଜପୁର: ଯାଜପୁର ଜିଲ୍ଲାରେ ବନ୍ୟା ବିତ୍ପାତ । ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା, କାଣୀ, କେଲୁଅ ଆଦି ନଦୀରେ ଆସିଛି ବନ୍ୟା । ବୈତରଣୀ ପରେ ବ୍ରାହ୍ମଣୀ ଓ ତାର ଶାଖା ନଦୀରେ 6 ଟି ଘାଇ ସୃଷ୍ଟି ହୋଇଛି । ବରୀ ବ୍ଲକ ଅରୁଆଳ, ମାଟିଆପଡା ଓ କଳାଖଣ୍ଡରେ ଘାଇ ସୃଷ୍ଟି ହୋଇଥିବା ବେଳେ ରସୁଲପୁର ବ୍ଲକର ଲଙ୍କାବାଲିସାହି ଖଣ୍ଡସା ଓ ସାହାପଡାରେ ମଧ୍ୟ ଘାଇ ହୋଇଛି ।

ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବାସହ ଅନେକ ଗାଁ ପାଣି ଘେରରେ ରହିଛି । ଚଳିତ ବନ୍ୟାରେ ଦଶରଥପୁର, ଯାଜପୁର, ବିଂଝାରପୁର, କୋରେଇ, ବରୀ ରସୁଲପୁର, ଧର୍ମଶାଳା, ବଡଚଣା ଏବଂ ଦାନଗଦୀ ଆଦି 9 ଟି ବ୍ଲକର 50 ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବୈତରଣୀରେ ଏବେ ବି ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ଏହା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି ।

ଯାଜପୁର ଦୁଃଖ ବଢାଇଛି ବୈତରଣୀ ବ୍ରାହ୍ମଣୀ, ଭୋକ ଉପାସରେ ଲୋକେ

ବୈତରଣୀ ନଦୀର ଆଖୁଆପଦା ଠାରେ 20 ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ରେଙ୍ଗାଲି ଗେଟରେ ପାଣି ଛଡାଯିବା ଫଳରେ ବ୍ରାହ୍ମଣୀ ନଦୀର ଜେନାପୁର ଠାରେ 70 ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଜିଲ୍ଲାରେ ଏବେ ଶତାଧିକ ଗାଁ ଜଳବନ୍ଦୀ ହୋଇ ରହିଛନ୍ତି । ତଳିଆ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଢିପ ସ୍ଥାନ ତଥା ବିଭିନ୍ନ ସ୍କୁଲ ଘରେ ବିପନ୍ନ ପରିବାର ମାନେ ଆଶ୍ରୟ ନେଇଛନ୍ତି । ସେପଟେ ଚଳିତ ବନ୍ୟାରେ ଯାଜପୁର ଜିଲ୍ଲାର ୫୦ ହଜାରରୁ ଉର୍ଦ୍ଧ୍ବ ଲୋକ ଜଳବନ୍ଦୀ ହୋଇରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ସେହିପରି ଏସବୁ ଅଞ୍ଚଳରେ 50ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଚାଷଜମି ଜଳମଗ୍ନ ହୋଇଛି । ବ୍ୟାପକ ଅଞ୍ଚଳରେ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । ତେବେ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ପ୍ରଶାସନ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଥିବା ଜିଲ୍ଲାପାଳ କହିଛନ୍ତି । ଓଡ୍ରାଫ ଓ ଅଗ୍ନୀଶମ ବିଭାଗର କର୍ମଚାରୀମାନଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେହିପରି ପ୍ରଶାସନ ପକ୍ଷରୁ ବିପନ୍ନ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ଏବଂ ସେମାନଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦେବାର ବନ୍ଦବୋସ୍ତ କରାଯାଉଛି ।

ବନ୍ୟାଞ୍ଚଳରେ ଘାଇ ମରାମତି କାମ ଆରମ୍ଭ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ମଧ୍ୟ ବଳବତ୍ତର ରହିଛି । ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Aug 28, 2020, 9:48 PM IST

ABOUT THE AUTHOR

...view details