ଓଡିଶା

odisha

ETV Bharat / state

ବ୍ୟାସ ସରୋବର ପାଇଁ ଚାଷଜମି ହରେଇଥିବା ଚାଷୀଙ୍କ କ୍ଷତିପୂରଣ ଦାବି - ବ୍ୟାସ ସରୋବର ନିର୍ମାଣ କାର୍ଯ୍ୟରେ ଚାଷଜମି ହରେଇଥିବା ଚାଷୀଙ୍କ କ୍ଷତିପୂରଣ ଦାବି

ବ୍ୟାସ ସରୋବର ନିର୍ମାଣ କାର୍ଯ୍ୟରେ ଚାଷଜମି ହରାଇଥିବା ଚାଷୀ କ୍ଷତିପୂରଣ ଦାବିରେ ବ୍ୟାସନଗର କେଏନଡିଏ କାର୍ଯ୍ୟଳୟରେ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର । ଅଧିକ ପଢନ୍ତୁ

jajpur farmers demand for Compensation who lost land for byasa sarobara
ବ୍ୟାସ ସରୋବର ନିର୍ମାଣ କାର୍ଯ୍ୟରେ ଚାଷଜମି ହରେଇଥିବା ଚାଷୀଙ୍କ କ୍ଷତିପୂରଣ ଦାବି

By

Published : Apr 25, 2022, 9:20 PM IST

ଯାଜପୁର: ବ୍ୟାସ ସରୋବର ନିର୍ମାଣ କାର୍ଯ୍ୟରେ ଚାଷଜମି ହରାଇଥିବା ଚାଷୀ କ୍ଷତିପୂରଣ ଦାବିରେ ବ୍ୟାସନଗର କେଏନଡିଏ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଗତ କିଛିଦିନ ହେବ ବ୍ୟାସନଗର ପୌର ପରିଷଦ ସ୍ଥିତ ବ୍ୟାସ ସରୋବର ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି ।

ବ୍ୟାସ ସରୋବର ନିର୍ମାଣ କାର୍ଯ୍ୟରେ ଚାଷଜମି ହରେଇଥିବା ଚାଷୀଙ୍କ କ୍ଷତିପୂରଣ ଦାବି

ଏହି ବିକାଶ କାର୍ଯ୍ୟ ଚାଲିବା ବେଳେ ବ୍ୟାସନଗର ପୌର ପରିଷଦର ଖଣ୍ଡାହାତା, ବିରମଣିପୁର, ମୁଣ୍ଡମାଳ, ରାଛିପୁର ଆଦି ଗାଁର ବିଭିନ୍ନ ବ୍ୟକ୍ତିଙ୍କର ଶହେରୁ ଉର୍ଦ୍ଧ୍ବ ଏକର ଚାଷ ଜମିରେ ବ୍ୟାସ ସରୋବରରେ କାର୍ଯ୍ୟ କରୁଥିବା ଠିକାଦାର ଜୋର ଜବରଦସ୍ତ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ।

ତେବେ ଉପଯୁକ୍ତ କ୍ଷତିପୂରଣ ଦାବିରେ ଦାବିରେ ଆଜି(ସୋମବାର) ପୂର୍ବତନ କାଉନସିଲର ରମାକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ଚାଷୀ ବ୍ୟାସନଗର ପୌର ପରିଷଦସ୍ଥିତ କେଏନଡିଏ କାର୍ଯ୍ୟାଳୟରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଭେଟି କ୍ଷତିପୂରଣ ଦାବି କରିଛନ୍ତି । ତଦନ୍ତ ପରେ ଚାଷୀମାନଙ୍କର ସମସ୍ୟା ସମାଧାନ କରାଯିବ ବୋଲି ଜିଲ୍ଲାପାଳ ରାଠୋର କହିଛନ୍ତି

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details