ଯାଜପୁର:ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳ ଢିଙ୍କିଆରେ ଗ୍ରାମବାସୀଙ୍କୁ ଲାଠିମାଡ ଘଟଣା ପ୍ରତିବାଦରେ ଯାଜପୁରରେ ବିକ୍ଷୋଭ ପ୍ରଦର୍ଶନ । ଯାଜପୁର SUCI କମ୍ୟୁନିଷ୍ଟ ପାର୍ଟି ଏହି ବିକ୍ଷୋଭ ପ୍ରଦର୍ଶନ କରିଛି । ସାଧାରଣ ଲୋକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିଛି ସଂଗଠନ ।
କିଷାନ ମଜଦୁର ସଙ୍ଗର ଉପ-ସଭାପତି ସଦାଶିବ ଦାଶଙ୍କ ନେତୃତ୍ବରେ ସହରର କିଆନାଳି ଛକରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଜୋର ଜବରଦସ୍ତ ଜମି ଅଧିଗ୍ରହଣ ଆଦେଶକୁ ତରନ୍ତ ପ୍ରତ୍ୟାହୃତ କରିବା ସହ ଜମି ହରାଇଥିବା ଚାଷୀଙ୍କୁ ଫେରାଇବା ପାଇଁ ଦାବି କରିଛି ସଂଗଠନ ।