ଯାଜପୁର: ରକ୍ତଦାନ କରି ଜନ୍ମଦିନ ପାଳନ କଲେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ବୁଧବାର ଯାଜପୁର ବ୍ଲକ ମାଳଆନନ୍ଦପୁର ପଞ୍ଚାୟତର ନୁରୁଗାଁ କଣ୍ଟିଗଡିଆରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
ଜନ୍ମଦିନରେ ରକ୍ତଦାନ କଲେ ଯାଜପୁର ଜିଲ୍ଲାପାଳ, ଛୁଟିଲା ପ୍ରଶଂସାର ସୁଅ - Jajpur district magistrate donated blood
ବୁଧବାର ଯାଜପୁର ବ୍ଲକ ମାଳଆନନ୍ଦପୁର ପଞ୍ଚାୟତର ନୁରୁଗାଁ କଣ୍ଟିଗଡିଆରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଅଧିକ ପଢ଼ନ୍ତୁ...

ଏଥିରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ପରେ ନିଜ ଜନ୍ମଦିନ ଅବସରରେ ରକ୍ତଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଅନ୍ୟକୁ ରକ୍ତଦାନ ପ୍ରତି ଉତ୍ସାହିତ କରୁଥିବା ଜିଲ୍ଲାପାଳ ଏହି ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ । ନିଜ ଜନ୍ମଦିନରେ ଏଭଳି ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଗର୍ବ ଅନୁଭବ କରୁଥିବା କହିଥିଲେ । ଜିଲ୍ଲାପାଳଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ସରପଞ୍ଚଙ୍କ ସହିତ ଯାଜପୁର ପୌରପାଳିକାର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ