ଓଡିଶା

odisha

ETV Bharat / state

ନାରୀ ନିର୍ଯାତନା, ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଯାଜପୁର କଂଗ୍ରେସର ଧାରଣା - pari murder case

ରାଜ୍ୟରେ ନାରୀ ନିର୍ଯାତନା, ନାବାଳିକା ଅପହରଣ, ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପାଣିକୋଇଲିସ୍ଥିତ ଏସ.ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗଣଧାରଣା । ପଢନ୍ତୁ ଅଧିକ.....

ନାରୀ ନିର୍ଯ୍ୟାତନା,ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଯାଜପୁର ଜିଲ୍ଲା କଂଗ୍ରେସର ଧାରଣା
ନାରୀ ନିର୍ଯ୍ୟାତନା,ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଯାଜପୁର ଜିଲ୍ଲା କଂଗ୍ରେସର ଧାରଣା

By

Published : Dec 21, 2020, 9:01 PM IST

ଯାଜପୁର: ରାଜ୍ୟରେ ନାରୀ ନିର୍ଯାତନା, ନାବାଳିକା ଅପହରଣ, ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପାଣିକୋଇଲିସ୍ଥିତ ଏସ.ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗଣଧାରଣା ଦିଆଯାଇଥିଲା । ରାଜ୍ୟରେ ଦିନକୁ ଦିନ ଶିଶୁ ନିଖୋଜ ଘଟଣା ବୃଦ୍ଧି ପାଇବା ସହିତ ନାରୀ ନିର୍ଯାତନା ଘଟଣା ଚରମ ସୀମାରେ ପହଁଚିଛି । ରାଜ୍ୟରେ ସମ୍ପୂର୍ଣ୍ଣ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି କଂଗ୍ରେସ ନେତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଥିଲେ ।

ନାରୀ ନିର୍ଯ୍ୟାତନା,ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ଯାଜପୁର ଜିଲ୍ଲା କଂଗ୍ରେସର ଧାରଣା

ପ୍ରଥମେ କଂଗ୍ରେସ କର୍ମୀମାନେ ପାଣିକୋଇଲି ଛକରୁ ରାଜ୍ୟ ସରକାରଙ୍କ ବିରୋଧରେ ନାରା ଦେଇ ଶୋଭାଯାତ୍ରାରେ ବାହାରି ଏସପି ଅଫିସରେ ପହଞ୍ଚିଥିଲେ । ଏହି ଅବସରରେ କଂଗ୍ରେସ କର୍ମୀଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା ।

ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ନେତୃତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା ପ୍ରମୁଖ ବହୁ କାର୍ଯ୍ୟକାର୍ତ୍ତା ସାମିଲ ହୋଇଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details