ଯାଜପୁର: ଏକ ମାସିଆ ପ୍ରଶିକ୍ଷଣ ନେଇ ଫେରିଲେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଜିଲ୍ଲାରେ ପହଞ୍ଚିବାରେ ସେ କୋରୋନା ସ୍ଥିତିର ସମୀକ୍ଷା କରିବା ପାଇଁ ସଦର ମହକୁମା ଡାକ୍ତରଖାନା ଓ ଜିଲ୍ଲାର ଅନ୍ୟାନ୍ୟ ଡାକ୍ତରଖାନା ପରିଦର୍ଶନ କରିଛନ୍ତି ।
କୋରୋନା ମୁକାବିଲା ପାଇଁ ଯାଜପୁର ଜିଲ୍ଲାପାଳଙ୍କ ନିବେଦନ, କୋହଳ ହେଲା ଧାରା 144 - Covid-19 latest news
କୋରୋନାର ସଫଳ ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଯାଜପୁର ଜିଲ୍ଲାପାଳ । ଜିଲ୍ଲାରୁ ହଟିଲା ଧାରା 144। ଅଧିକ ଖବର ପଢନ୍ତୁ...
କୋରୋନା ମୁକାବିଲା ପାଇଁ ଯାଜପୁର ଜିଲ୍ଲାପାଳଙ୍କ ନିବେଦନ, କୋହଳ ହେଲା ଧାରା 144
କୋରୋନା ମୁକାବିଲା ପାଇଁ ଯାଜପୁର ଜିଲ୍ଲାପାଳଙ୍କ ନିବେଦନ, କୋହଳ ହେଲା ଧାରା 144
ଏହା ପରେ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ କୋରୋନାର ସଫଳ ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ସାରା ଜିଲ୍ଲାରେ ଲାଗୁ ହୋଇଥିବା ୧୪୪ ଧାରାକୁ ଜନସାଧାରଣଙ୍କ ସୁବିଧା ନିମିତ୍ତ ଜିଲ୍ଲା ପ୍ରଶାସନ ଉଠାଇ ଦେଇଛି । ମାତ୍ର ବ୍ୟାପକ ଜନଗହଳି,ମେଳା, ମହୋତ୍ସବ ଆଦିରୁ ଜିଲ୍ଲାବାସୀ ଦୁରେଇ ରହିବା ପାଇଁସମସ୍ତଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ