ଓଡିଶା

odisha

ETV Bharat / state

ଯାଜପୁର ଜିଲ୍ଲାପାଳ ନେଲେ କୋରୋନା ଟିକା - କୋଭିଡ୍ ଭ୍ୟାକ୍ସିନ

ଯାଜପୁରରେ କୋଭିଡ ପ୍ରତିରୋଧ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ । ଜିଲ୍ଲାପାଳ କାର୍ଯ୍ୟାଳୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ୍ ଅଧିକାରୀଙ୍କୁ ସାମିଲ କରାଯାଇଛି । ଜିଲ୍ଲାପାଳ ପ୍ରଥମ ଟିକା ନେଇ ଏହାର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ଯାଜପୁର ଜିଲ୍ଲାପାଳ ନେଲେ କରୋନା ଟିକା, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ସାମିଲ
ଯାଜପୁର ଜିଲ୍ଲାପାଳ ନେଲେ କରୋନା ଟିକା, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ସାମିଲ

By

Published : Feb 6, 2021, 1:45 PM IST

ଯାଜପୁର: ଜିଲ୍ଲାରେ କୋଭିଡ ପ୍ରତିରୋଧ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଛି । ଜିଲ୍ଲାପାଳ କାର୍ଯ୍ୟାଳୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ୍ ଅଧିକାରୀଙ୍କୁ ସାମିଲ କରାଯାଇଛି । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପ୍ରଥମ ଟିକା ନେଇ ଶୁଭାରମ୍ଭ କରିଛନ୍ତି।

ଯାଜପୁର ଜିଲ୍ଲାପାଳ ନେଲେ କରୋନା ଟିକା, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ସାମିଲ

ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ପର୍ଯ୍ୟାୟରେ ଯାଜପୁର ଜିଲ୍କାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରି ଓ କର୍ମଚାରୀ ମାନେ ଟିକା ନେଇଛନ୍ତି।

ସେହିପରି ଯାଜପୁର ଏସପି ରାହୁଲ ପି ଆର ମଧ୍ୟ ଏହି ଟିକା ନେଇଛନ୍ତି। ଜିଲ୍ଲାରେ ୬୫ ପ୍ରତିଶତ ଟିକାଦାନ ସରିଛି। ଆସନ୍ତା ୧୦ ତାରିଖ ସୁଦ୍ଧା ଟୀକାକରଣ ସରିବ ତେଣୁ ଏହି ଟିକା ପାଇଁ କେହି ଭୟ କରିବା ଉଚିତ ନୁହେଁ ବୋଲି ଯାଜପୁର ଜିଲ୍ଲାପାଳ କହିଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details