ଓଡିଶା

odisha

ETV Bharat / state

‘ଯବାନ’ ଭାଇ ପାଇଁ ରାକ୍ଷୀ ପଠାଇଲେ ଯାଜପୁରର ଛାତ୍ରୀ, ଅପେକ୍ଷାରେ ଭାରତୀୟ ସେନା - ଯାଜପୁର ଚିତାଳୋ ମହିଳା ମହାବିଦ୍ୟାଳୟ

ଭାଇ ଭଉଣୀଙ୍କ ସ୍ନେହର ପର୍ବ ରକ୍ଷା ବନ୍ଧନକୁ ନେଇ ଚାରିଆଡେ ଉତ୍ସାହ। କିନ୍ତୁ ଏହି ପବିତ୍ର ରକ୍ଷା ବନ୍ଧନରୁ ଯେପରି ବଞ୍ଚିତ ଦେଶସେବାରେ ଥିବା ଯବାନ। ହେଲେ ଏଥର ପ୍ରତି ଯବାନଙ୍କ ହାତରେ ଝଟକିବ ଛାତ୍ରଛାତ୍ରୀ ପଠାଇଥିବା ଶ୍ରଦ୍ଧାର ରାକ୍ଷୀ । ଅଧିକ ପଢନ୍ତୁ...

Jajpur district chitola womens college students sent rakhi to soldiers
ସୈନିକଙ୍କୁ ରାକ୍ଷୀ ପଠାଇଲେ ଯାଜପୁର ଚିତାଳୋ କଲେଜ ଛାତ୍ରୀ

By

Published : Aug 20, 2021, 8:32 PM IST

ଯାଜପୁର:ଆସୁଛି ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ । ଭାଈ ଓ ଭଉଣୀ ପାଇଁ ଏକ ପବିତ୍ର ଦିନ ରାକ୍ଷୀପୂର୍ଣ୍ଣିମା । ଭଉଣୀକୁ ସବୁଦିନ ସୁରକ୍ଷା ଦେବା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିବାର ପରମ୍ପରା ରହିଛି । କିନ୍ତୁ ଯେଉଁ ଭାଈ ମାନେ ଦେଶ ମାତୃକାର ସୁରକ୍ଷା ପାଇଁ ଦିନ ରାତି କାମ କରୁଛନ୍ତି ସେମାନଙ୍କ ହାତରେ କିଏ ବାନ୍ଧିବ ରାକ୍ଷୀ? ଚଳିତ ବର୍ଷ ମଧ୍ୟ କେରୋନା ଜନିତ କଟକଣା ଥିବାରୁ ସେହି ବୀର ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଆଗେଇ ଆସିଛନ୍ତି ଯାଜପୁର ଚିତାଳୋ କଲେଜର ଛାତ୍ରୀ । ରାକ୍ଷୀ ଦୋକାନରୁ ନିଜ ମନ ପସନ୍ଦର ରାକ୍ଷୀ କିଣି ସୀମାରେ ରହୁଥିବା ଯବାନଙ୍କ ପାଖକୁ ଡାକ ଯୋଗେ ପଠାଇ ଭାଈ ଓ ଭଉଣୀର ନୂଆ ସଂପର୍କ ସୃଷ୍ଟି କରିଛନ୍ତି।

ସୈନିକଙ୍କୁ ରାକ୍ଷୀ ପଠାଇଲେ ଯାଜପୁର ଚିତାଳୋ କଲେଜ ଛାତ୍ରୀ

ଯେଉଁ ଭାଈମାନେ ସୀମାରେ ରହି ଦେଶବାସୀଙ୍କୁ ସୁରକ୍ଷା ଦେଉଛନ୍ତି ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପ୍ରଥମ କର୍ତବ୍ୟ ବୋଲି ଅନୁଭବ କରିଛନ୍ତି ଛାତ୍ରୀ । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋରୋନା କଟକଣା ରହିଛି । ଏଥିପାଇଁ କଲେଜ ଛାତ୍ରୀମାନେ ରକ୍ଷାବନ୍ଧନର ଗୀତ ଗାଇ ସୀମାରେ ରହୁଥିବା ସେହି ଯବାନଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି । ଯେଉଁମାନେ ଦେଶର ସୁରକ୍ଷା ଓ ଅଖଣ୍ଡତା ପାଇଁ ପ୍ରତିକୂଳ ପରିସ୍ଥିତିରେ ରହି ଆମ ମାନଙ୍କୁ ସୁରକ୍ଷା ଦେଉଛନ୍ତି,ସେମାନେ ବିଭିନ୍ନ ପର୍ବ ପର୍ବାଣୀରେ ସାମିଲ ହୋଇପାରନ୍ତି ନାହିଁ । ସେହି ବୀର ଯବାନଙ୍କ ପ୍ରତି ସମ୍ମାନ ଓ ଭଲ ପାଇବାର ନିଦର୍ଶନ ଦେଖାଇଛନ୍ତି ଏହି ଛାତ୍ରୀ । ସମସ୍ତେ ନିଜ ନିଜ ମନପସନ୍ଦର ରାକ୍ଷୀ କିଣି ଡାକ ଯୋଗେ ଭାରତୀୟ ସେନା କାର୍ଯ୍ୟାଳୟକୁ ପଠାଇଛନ୍ତି । ଏହି ରାକ୍ଷୀ ପଠାଇ ଯବାନଙ୍କୁ ସେମାନଙ୍କ ମନୋବଳ ବୃଦ୍ଧି କରିବାକୁ ଉଦ୍ୟମ କରିଛନ୍ତି । କଲେଜ ଛାତ୍ରୀ ମାନଙ୍କ ଏଭଳି ଉଦ୍ୟମ ଯବାନଙ୍କୁ ନିଶ୍ଚୟ ପ୍ରେରଣା ଦେବ ।

ପବିତ୍ର ରକ୍ଷା ବନ୍ଧନରେ ଯବାନଙ୍କୁ ରାକ୍ଷୀ ପଠାଇ ଦେଶ ପ୍ରତି ସମର୍ପିତ ଭାବନା ଦେଖାଇଛନ୍ତି ଛାତ୍ରୀମାନେ । ତେବେ ଦେଶର ବୀର ଯବାନଙ୍କ ପାଇଁ ଗତ କିଛି ବର୍ଷ ଧରି ଛାତ୍ରୀ ମାନେ ରାକ୍ଷୀ ପଠାଉଥିବା ବେଳେ ଏଭଳି କାର୍ଯ୍ୟକୁ ଚିତାଳୋ କଲେଜ କର୍ତ୍ତୃପକ୍ଷ ସହଯୋଗ କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details