ଯାଜପୁର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡି ଦଳର ରାଜ୍ୟ ସଂଗଠନ ସମ୍ପାଦକ ଭାବେ ଦାୟିତ୍ବ ଅର୍ପଣ କରିଛନ୍ତି । ସେଥିପାଇଁ ଏକ ଦଳୀୟ କାର୍ଯ୍ୟକ୍ରମ ଜରିଆରେ ଯାଜପୁର ଜିଲ୍ଲା ବିଜେଡି ତଥା ଯାଜପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଯାଇଛି ।
ଏଥିସହ ଦଳୀୟ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ ସହିତ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସାଙ୍ଗଠନିକ ଦକ୍ଷତା ବୃଦ୍ଧି ଓ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ଦଳୀୟ କର୍ମକର୍ତ୍ତାଗଣ ମା’ ବିରଜାଙ୍କୁ ଦର୍ଶନ କରି ମା’ଙ୍କ ନିକଟରେ ଏହି ପ୍ରାର୍ଥନା କରିଥିଲେ। ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଗତ ନିର୍ବାଚନ ଗୁଡିକରେ ତାଙ୍କର କାର୍ଯ୍ୟଦକ୍ଷତା, ଦଳ ପ୍ରତି ଆନୁଗତ୍ୟତା ଓ କାର୍ଯ୍ୟଦକ୍ଷତାକୁ ଆଧାର କରି ମୁଖ୍ୟମନ୍ତ୍ରୀ ତାଙ୍କୁ ଏଭଳି ଏକ ଗୁରୁ ଦାୟିତ୍ବ ଅର୍ପଣ କରିଥିବା ଦଳୀୟ କର୍ମକର୍ତ୍ତା କହିଥିଲେ।