ଯାଜପୁର: କୋରେଇ ବ୍ଲକରେ ବନ୍ୟାପାଣି ପଶି ୪ଟି ପଞ୍ଚାୟତରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଗତ କିଛି ଦିନ ହେଲା ଯାଜପୁର ଜିଲ୍ଲାରେ ତୁହାକୁ ତୁହା ଲଘୁଚାପଜନିତ ବର୍ଷା ଲାଗି ରହିଥିଲା । ଯାହାଫଳରେ ତଣ୍ଡରା, ଗୋଳେଇପୁର, ବଡ଼ବିରୁଆଁ ଓ ମିର୍ଜାପୁର ପଞ୍ଚାୟତରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରିଥିଲେ ଚାଷୀ । ଏହି ପଞ୍ଚାୟତରେ ଚାଷୀମାନେ ବିଭିନ୍ନ ପନିପରିବା ସହ ଧାନଚାଷ କରିଥିଲେ ।
ତେବେ ବନ୍ୟାପାଣି ପଶି ୪ଟି ପଞ୍ଚାୟତରେ କ୍ଷୟକ୍ଷତି ହୋଇଥିବା ଫସଲର ଆକଳନ କରାଯିବ । ଏଥିପାଇଁ ତହସିଲଦାର, ସମ୍ପୃକ୍ତ ଅଞ୍ଚଳର ବ୍ଲକ କୃଷି ଅଧିକାରୀ ଓ RIଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା କୃଷି ଅଧିକାରୀ । ଏହାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିବେ ଯାଜପୁର ଜିଲ୍ଲା କୃଷି ଅଧିକାରୀ । ଏହି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ । ଏହାପରେ ଚାଷୀଙ୍କୁ କ୍ଷତି ପୂରଣ ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲା କୃଷି ଅଧିକାରୀ ଶ୍ବେତଞ୍ଜୟ ଦାସ ।