ଯାଜପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ପାଇଁ ବିଭିନ୍ନ ସ୍ଥାନରେ ଧରପକଡ ଜାରି ରହିଛି । ଶୁକ୍ରବାର ରାତ୍ରିରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ନେତୃତ୍ବରେ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।
କୋରୋନା କଟକଣା କଡାକଡି ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ଚଢାଉ ସହରର ରେଡକ୍ରସ୍, ରାମ ମନ୍ଦୀର, ଗୋପାଳି ଛକ, ମେଡିକାଲ ଛକ, କବର ଖାନା, ଗରିଆପୁର, ବିରଜା ମନ୍ଦୀର, ମୋଟରଙ୍ଗା ପାଳ ଆଦି ସ୍ଥାନରେ ଚଢଉ କରାଯାଇଥିଲା ।
ବିଭିନ୍ନ ଲୋକଙ୍କୁ ବିନା ମାସ୍କରେ ପଦାକୁ ଆସିବା ନେଇ ବାରଣ କରିବା ସହିତ ବିନା କାରଣରେ ବାହାରେ ଯାତାୟତ କରୁଥିବା ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ।
ଏକାଧିକ ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି । ଏହି ଚଢ଼ାଉ କାର୍ଯ୍ୟକ୍ରମ ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ