ଓଡିଶା

odisha

ETV Bharat / state

କୋରୋନାକୁ ମାତ ଦେଇ ଫେରିଲେ ତହସିଲଦାର, ଭୟ ନ କରିବାକୁ କଲେ ଅପିଲ - jajpur tahasildar

କୋରୋନା ସୁସ୍ଥ ହୋଇ ଫେରିଲେ ଯାଜପୁର ତହସିଲଦାର । ସରକାରଙ୍କ ଗାଇଡଲାଇନ ମାନିବା ସହ ମାସ୍କ ସାନିଟାଇଜର ବ୍ୟବହରା କରିବା ପାଇଁ କହିଛନ୍ତି । କୋରୋନା ସଂକ୍ରମଣ କୁ ନେଇ ଲୋକଙ୍କୁ ନ ଡରିବା ପାଇଁ ଉପଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

କୋରୋନାକୁ ମାତ ଦେଇ ଫେରିଲେ ତହସିଲଦାର, ଭୟ ନ କରିବା ପାଇଁ ଲୋକଙ୍କୁ କଲେ ଅପିଲ
କୋରୋନାକୁ ମାତ ଦେଇ ଫେରିଲେ ତହସିଲଦାର, ଭୟ ନ କରିବା ପାଇଁ ଲୋକଙ୍କୁ କଲେ ଅପିଲ

By

Published : Jul 19, 2020, 4:04 PM IST

ଯାଜପୁର: କୋରୋନାରୁ ସୁସ୍ଥ ହୋଇ ଫେରିଲେ ଯାଜପୁର ତହସିଲଦାର । ଯାଜପୁର ତହସିଲଦାର ସୁଶାନ୍ତ କୁମାର ପତି ସରକାରଙ୍କ କୋରୋନା ମୁକାବିଲାରେ ଦାୟିତ୍ବନିର୍ବାହ କରୁଥିଲେ । ଏହି ସମୟରେ କୋରୋନା ପଜିଟିଭ ଚିହ୍ନଟ ପରେ କୋଭିଡ କେୟାର ହସପିଟାଲରେ ଭର୍ତ୍ତି ହୋଇଥିଲେ ।

କୋରୋନାକୁ ମାତ ଦେଇ ଫେରିଲେ ତହସିଲଦାର, ଭୟ ନ କରିବା ପାଇଁ ଲୋକଙ୍କୁ କଲେ ଅପିଲ

ସୂଚନାଥାଉକି ଯାଜପୁର ବ୍ଳକର ତହସିଲଦାର କୋରୋନା ମହାମାରୀ ସମୟରେ ଯାଜପୁର ଜିଲ୍ଲା ଏକ ପ୍ରମୁଖ କୋରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିଲେ । କିଭଳି ଭାବରେ ନିଜ ତହସିଲ ଅଞ୍ଚଳର ଲୋକମାନେ କୋରୋନା ମୁକ୍ତ ହେବେ ଦିନ ରାତି ଏକ କରି କାମ କରୁଥିଲେ । ତାଙ୍କ ସ୍ବାବ ରିପୋର୍ଟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଏହି ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ଠୁ ଆରମ୍ଭ କରି ଜନସାଧାରଣ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ପଡ଼ି ଯାଇଥିଲେ । କୋରୋନା ପଜିଟିଭ ଚିହ୍ନଟ ପରେ ତହସିଲଦାରଙ୍କୁ ତୁରନ୍ତ ଟାଟା ମେଡିକାଲରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୮ ଦିନ ଧରି ଚିକିତ୍ସା ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କୋଭିଡି ହସପିଟାଲରେ ୮ଦିନ ଧରି ହୋଇଥିବା ଚିକିତ୍ସା ବ୍ୟବସ୍ଥା ଓ ସେଠାକାର ଡକ୍ଟର ନର୍ସ ଓ ଖାଦ୍ୟପେୟ ବିଷୟରେ କହିଛନ୍ତି । ଏହା ସହ କୋରନା ସହିତ ଲଢିବାର ଅନୁଭୁତି ବଖାଣିଛନ୍ତି ଏବଂ କୋରୋନାକୁ ନେଇ ଲୋକଙ୍କୁ ସଚେତନ ହେବା ପାଇଁ କହିଛନ୍ତି । ସରକାରଙ୍କ ଗାଇଡଲାଇନ ମାନିବା ସହ ମାସ୍କ ସାନିଟାଇଜର ବ୍ୟବହରା କରିବା ପାଇଁ କହିଛନ୍ତି । କୋରୋନା ସଂକ୍ରମଣ କୁ ନେଇ ଲୋକଙ୍କୁ ନ ଡରିବା ପାଇଁ ଉପଦେଶ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details