ଯାଜପୁର: ଆଜି ଜିଲ୍ଲାରେ ୧୪୦ ଜଣ କୋରୋନା ସଂକ୍ରମଣ ଚିହ୍ନଟ ପରେ ଜିଲ୍ଲାରେ ସଂଖ୍ୟା ୫୨୦୬କୁ ଛୁଇଁଛି । ଏଥିମଧ୍ୟରୁ ୩୭୪୫ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ୧୪୫୪ ଜଣ ଆକ୍ଟିଭ କେସ ରହିଛି । ସେପଟେ କୋରୋନାରେ ୬ ଜଣ ମୃତ୍ୟୁବରଣ କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
୫୨୦୬ରେ ଯାଜପୁର କୋରୋନା ଗ୍ରାଫ, ଦେଖନ୍ତୁ କେମିତି ରହିଛି ଜିଲ୍ଲାରେ କୋରୋନା ସ୍ଥିତି - ଜିଲ୍ଲାର କୋରୋନା ସ୍ଥିତି
ଆଜି ଜିଲ୍ଲାରେ ୧୪୦ ଜଣ କୋରୋନା ସଂକ୍ରମଣ ଚିହ୍ନଟ ପରେ ଜିଲ୍ଲାରେ ସଂଖ୍ୟା ୫୨୦୬କୁ ଛୁଇଁଛି ।
୫୨୦୬ରେ ଯାଜପୁର କୋରୋନା ଗ୍ରାଫ, ଦେଖନ୍ତୁ କେମିତି ରହିଛି ଜିଲ୍ଲାରେ କୋରୋନା ସ୍ଥିତି
ତେବେ ଗୋଟେପଟେ କୋରୋନା ସଂକ୍ରମଣ ଜିଲ୍ଲାରେ ବଢ଼ୁଥିବା ବେଳେ ଅନ୍ୟପଟେ ଲୋକେ ସାମାଜିକ ଦୂରତ୍ବ ମାନୁ ନଥିବା ଦେଖିବାକୁ ମିଳୁଛି ବିଭିନ୍ନ ବଜାର ଘାଟରେ। ଯେଭଳି ଜଣାପଡ଼ୁଛି ଯାଜପୁର ଜିଲ୍ଲାରୁ କୋରୋନା ସଂକ୍ରମଣ ଆଉ ନାହିଁ । ସେପଟେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଆଜିଠାରୁ ସାମାଜିକ ଦୂରତ୍ୱ ଓ ମାକ୍ସ ପରିଧାନକୁ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ଜିଲ୍ଲାରୁ କୋଭିଡ ଜନିତ ଲକଡାଉନ ଓ ସଟଡାଉନ କଟକଣା ହଟିବା ପରେ କିଭଳି କୋରୋନା ସ୍ଥିତି, ଗାଉଣ୍ଡ ଜିରୋରୁ ଆମେ ସ୍ଥିତି ପରଖିଥିଲୁ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ