ଓଡିଶା

odisha

ETV Bharat / state

ନବନିର୍ମାଣ କୃଷକ ସଙ୍ଗଠନ ସହ ଯାଜପୁର ଜିଲ୍ଲାପାଳଙ୍କ ଆଲୋଚନା - jajpur collector

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ସତ୍ୟାଗ୍ରହ ପରେ ଯାଜପୁର ଜିଲ୍ଲାପାଳ ଆଜି କୃଷକ ମାନଙ୍କ ସହ ଏକ ବୈଠକ ଡାକିଛନ୍ତି । ଅଧିକ ପଢନ୍ତୁ

ନବନିର୍ମାଣ କୃଷକ ସଙ୍ଗଠନ ସହିତ ଜିଲ୍ଲାପାଳଙ୍କ ଆଲୋଚନା
ନବନିର୍ମାଣ କୃଷକ ସଙ୍ଗଠନ ସହିତ ଜିଲ୍ଲାପାଳଙ୍କ ଆଲୋଚନା

By

Published : Sep 29, 2020, 9:08 PM IST

ଯାଜପୁର: ଜିଲ୍ଲାରେ ଗତ ୨୨ ତାରିଖରେ ଚଣ୍ଡିଖୋଲ ଠାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କରାଯାଇଥିବା ଚାଷୀ ସତ୍ୟାଗ୍ରହ ପରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋଡ଼ ଆଜି କୃଷକ ମାନଙ୍କ ସହ ଏକ ବୈଠକ ଡାକିଥିଲେ । ଚାଷୀମାନଙ୍କ ପ୍ରମୁଖ ୧୫ ଗୋଟି ପଏଣ୍ଟ ଉପରେ ଆଲୋଚନା କରାଯାଇଥିଲା ।

ନବନିର୍ମାଣ କୃଷକ ସଙ୍ଗଠନ ସହିତ ଜିଲ୍ଲାପାଳଙ୍କ ଆଲୋଚନା

ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ କହିବାନୁସାରେ ନୂତନ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ କେତେକାଂଶରେ ଆମେ ଖୁସି ଥିବାବେଳେ କାର୍ଯ୍ୟରେ ଏହାକୁ କେତେ ପରିମାଣରେ କାର୍ଯ୍ୟକାରୀ ହେବ ତାକୁ ଅପେକ୍ଷା ନହେଲେ ପୁନର୍ବାର ସଂଗଠନ ରାସ୍ତାକୁ ଓହ୍ଲାଇବ । ସେପଟେ ଜିଲ୍ଲାପାଳ କୃଷକ ମାନଙ୍କ ସହ ଆଲୋଚନା ଖୁବ ଭଲ ରହିଲା ଯେଉଁ ସମସ୍ୟା ଆମ ଦ୍ୱାରା ହୋଇପାରିଲା ତାହା ଆମେ ସମାଧାନ କଲୁ ଅନ୍ୟ ଯାହା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details