ଓଡିଶା

odisha

ETV Bharat / state

ନବ ନିର୍ମାଣ କୃଷକ ସଙ୍ଗଠନର ଗଣ ସତ୍ୟାଗ୍ରହ, ଧାରଣାସ୍ଥଳରେ ପ୍ରଶାସନର ଆଲୋଚନା

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ରାଜ୍ୟବ୍ୟାପୀ ଗଣ ସତ୍ୟାଗ୍ରହର ଡାକରା ଦିଆଯାଇଥିଲା । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଧାନମଣ୍ଡଳ ରେଳ ଷ୍ଟେସନ ପରିସରରୁ ସଙ୍ଗଠନ ପଦଯାତ୍ରା ଆରମ୍ଭ କରିବାକୁ ଯୋଜନା କରିଥିବା ବେଳେ ଘଟଣାସ୍ଥଳରେ ଯାଜପୁର ଜିଲ୍ଲା ପ୍ରଶାସନ ପହଞ୍ଚି ଆଲୋଚନା କରିଛି । ଅଧିକ ପଢନ୍ତୁ

By

Published : Oct 14, 2022, 10:31 AM IST

ନବ ନିର୍ମାଣ କୃଷକ ସଙ୍ଗଠନର ଗଣ ସତ୍ୟାଗ୍ରହ ଡାକରା
ନବ ନିର୍ମାଣ କୃଷକ ସଙ୍ଗଠନର ଗଣ ସତ୍ୟାଗ୍ରହ ଡାକରା

ଯାଜପୁର:ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ରାଜ୍ୟବ୍ୟାପୀ ଗଣ ସତ୍ୟାଗ୍ରହର ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଗୁରୁବାର ଠାରୁ ସଙ୍ଗଠନ ପଦଯାତ୍ରା ଆରମ୍ଭ କରିବା ନେଇ ଯୋଜନା କରାଯାଇଥିଲା । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଧାନମଣ୍ଡଳ ରେଳ ଷ୍ଟେସନ ପରିସରରୁ ସଙ୍ଗଠନ ପଦଯାତ୍ରା ଆରମ୍ଭ କରିବାକୁ ଯୋଜନା କରିଥିବା ବେଳେ ଘଟଣାସ୍ଥଳରେ ଯାଜପୁର ଜିଲ୍ଲା ପ୍ରଶାସନ ପହଞ୍ଚି ଆଲୋଚନା କରିଛି ।

ନବ ନିର୍ମାଣ କୃଷକ ସଙ୍ଗଠନର ଗଣ ସତ୍ୟାଗ୍ରହ ଡାକରା

ଏହା ମଧ୍ୟ ପଢନ୍ତୁ: Dhamnagar By-Poll: ଧାମନଗରରୁ ଆପ ପ୍ରାର୍ଥୀ ହେବେ ରାଜେନ୍ଦ୍ର ଦାସ !

ସୂଚନାଅନୁସାରେ, ଗତକାଲି ରାତିରୁ ଷ୍ଟେସନ ପରିସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ସଙ୍ଗଠନର ଶତାଧିକ କର୍ମୀ ଏକାଠି ହୋଇଥିଲେ। ଏହି ବିଶାଳ ପଦଯାତ୍ରା ବା ସତ୍ୟାଗ୍ରହ ନିମନ୍ତେ ଭୁବନେଶ୍ୱର ଯିବା ପାଇଁ କର୍ମୀମାନେ ପ୍ରସ୍ତୁତି ହେଉଥିବା ବେଳେ ସେମାନଙ୍କର ଦାବି ଗୁଡିକ ଉପରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି ଜିଲ୍ଲା ପ୍ରଶାସନ । ଗତକାଲି(ଗୁରୁବାର) ଦର୍ପଣ ତହସିଲ ସମ୍ମୁଖରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଏସପି ରାହୁଲ ପିଆର ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସହ ଆଲୋଚନା କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଆନ୍ଦୋଳନ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଚାଷୀ ଉତ୍ପାଦିତ ଜିନିଷର ଉଚିତ ମୂଲ୍ୟ, ଚାଷୀଙ୍କୁ ସମ୍ମାନ ଓ ବାର୍ଷିକ ୨୬ ହଜାର ୬୦୦ କୋଟି ଟଙ୍କା ଦେବା ଆଦି ଦାବିନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସତ୍ୟାଗ୍ରହ ଡାକରା ଦିଆଯାଇଥିଲା ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details