ଓଡିଶା

odisha

ETV Bharat / state

ଖାଲି ରହିବନି ଯବାନ ଭାଇ ହାତ, ସୈନିକଙ୍କୁ ରାକ୍ଷୀ ପଠାଇଲେ କଲେଜ ଛାତ୍ରୀ - ସୈନିକଙ୍କୁ ରାକ୍ଷୀ ପଠାଇଲେ ଯାଜପୁର ଚିତାଳୋ କଲେଜ ଛାତ୍ରୀ

ଭାଇ ଭଉଣୀଙ୍କ ଅତୁଟ ସ୍ନେହ ଓ ବନ୍ଧନର ପର୍ବ ରାକ୍ଷୀ ପୂର୍ଣ୍ଣିମା । ଆଉ ଦିନ କେଇଟା ପରେ ଏହି ପର୍ବ ପାଳନ ହେବ । ପ୍ରତିଟି ଭାଇ ହାତରେ ଝଲସିବ ଭଉଣୀ ବାନ୍ଧିଥିବା ବିଶ୍ବାସର ଡୋରି। ସୀମାର ଶତ୍ରୁ ସହ ଲଢୁଥିବା ଯବାନ ଭାଇ ହାତ ଯେପରି ଖାଲି ନରୁହେ ସେଥିଲାଗି ଯାଜପୁର ଚିତାଳୋ କଲେଜ ଛାତ୍ରୀମାନେ ଯବାନଙ୍କୁ ରାକ୍ଷୀ ପଠାଇଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

ଖାଲି ରହିବନି ଯବାନ ଭାଇ ହାତ, ସୈନିକଙ୍କୁ ରାକ୍ଷୀ ପଠାଇଲେ ଚିତାଳୋ କଲେଜ ଛାତ୍ରୀ
ଖାଲି ରହିବନି ଯବାନ ଭାଇ ହାତ, ସୈନିକଙ୍କୁ ରାକ୍ଷୀ ପଠାଇଲେ ଚିତାଳୋ କଲେଜ ଛାତ୍ରୀ

By

Published : Aug 1, 2022, 9:28 PM IST

ଯାଜପୁର:ଆସୁଛି ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧେ ରାକ୍ଷୀ । କିନ୍ତୁ ଯେଉଁମାନେ ଦେଶ ମାତୃକାର ଦିନରାତି ରକ୍ଷା କରୁଛନ୍ତି ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଆଗେଇ ଆସିଛନ୍ତି ଜିଲ୍ଲାର ଚିତାଳୋ କଲେଜ ଛାତ୍ରୀ । ସେହି ବୀର ଯବାନମାନଙ୍କୁ ବଡ ଭାଇର ସମ୍ମାନ ଜଣାଇ ଏଭଳି କିଛି ନିଆରା ପୟାସ ଆରମ୍ଭ କରିଛନ୍ତି ଛାତ୍ରୀଗଣ । ରାକ୍ଷୀ ଦୋକାନରୁ ନିଜ ମନ ପସନ୍ଦର ରାକ୍ଷୀ କିଣି ସୀମାରେ ରହୁଥିବା ଯବାନଙ୍କ ପାଖକୁ ଡାକ ଯୋଗେ ପଠାଇ ସୃଷ୍ଟି କରିଛନ୍ତି ନୂଆ ଉଦାହରଣ ।

ଖାଲି ରହିବନି ଯବାନ ଭାଇ ହାତ, ସୈନିକଙ୍କୁ ରାକ୍ଷୀ ପଠାଇଲେ ଚିତାଳୋ କଲେଜ ଛାତ୍ରୀ

ରକ୍ଷା ବନ୍ଧନ ପାଇଁ ଗାଁରୁ ସହର ଚଳଚଞ୍ଚଳ ହେଲାଣି । ଚାରିଆଡ଼େ ରାକ୍ଷୀ ଦୋକାନ ପଡ଼ିଥିବା ବେଳେ ଭଳିକି ଭଳି ରାକ୍ଷୀ ଭଉଣୀମାନଙ୍କୁ ଆକୃଷ୍ଟ କଲାଣି । ତେବେ ଏହି ଦିନକୁ ଅପେକ୍ଷା କରିରହିଥାନ୍ତି ପ୍ରତ୍ୟେକ ଭାଇ ଓ ଭଉଣୀ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧେ । କିନ୍ତୁ ଯେଉଁ ମାନେ ଦେଶର ସୁରକ୍ଷା ପାଇଁ ଦିନ ରାତି କାମ କରି ଏହି ରାକ୍ଷୀ ବାନ୍ଧିବା ସୁଯୋଗରୁ ବଞ୍ଚିତ ହୋଇଥାନ୍ତି । ସେହି ମାନଙ୍କ ଅବଦାନକୁ ମନେ ପକେଇବା ପାଇଁ ଯାଜପୁର ଚିତାଳୋ କଲେଜ ଛାତ୍ରୀ ମାନେ ଏକ ଭିନ୍ନ ପ୍ରୟାସ କରିଛନ୍ତି । ଭାରତର ସୀମାରେ ରହି ଶତୃଙ୍କ ସହ ଲଢ଼େଇ କରି ଆମ ମାନଙ୍କୁ ସୁରକ୍ଷା ଦେଉଥିବା ଯବାନଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି ଏହି ଛାତ୍ରୀ ମାନେ । ସେମାନଙ୍କୁ ପ୍ରକୃତ ଭାଇ ଭାବେ ସ୍ୱୀକାର କରି ଏଭଳି ଏକ ଉଦ୍ୟମ କରିଛନ୍ତି ଛାତ୍ରୀ ।



ଚଳିତ ବର୍ଷ କୋରୋନା କଟକଣା ନାହିଁ । ସେଥିପାଇଁ ଚାରି ଆଡ଼େ ବଡ଼ ଧୁମଧାମରେ ପାଳିତ ହେବ ଏହି ରକ୍ଷା ବନ୍ଧନ । କିନ୍ତୁ ଯେଉଁ ଯବାନ ଦିନରାତି ସୀମାରେ ରହି ସୁରକ୍ଷା ଦେଉଛନ୍ତି ସେମାନଙ୍କ ପାଇଁ କଲେଜର ଛାତ୍ରୀ ମାନେ ରକ୍ଷାବନ୍ଧନର ଗୀତ ଗାଇ ରାକ୍ଷୀ ପଠାଇଛନ୍ତି । ସମସ୍ତେ ନିଜ ନିଜ ମନ ପସନ୍ଦର ରାକ୍ଷୀ କିଣି ଡାକ ଯୋଗେ ଭାରତୀୟ ସେନାର କାର୍ଯ୍ୟାଳୟକୁ ପଠାଇଛନ୍ତି । ଏହି ରାକ୍ଷୀ ପଠାଇ ଯବାନ ମାନଙ୍କୁ ସେମାନଙ୍କ ମନୋବଳ ବୃଦ୍ଧି କରିବାକୁ ଉଦ୍ୟମ କରିଛନ୍ତି । ଏ ନେଇ ଜଣେ ଛାତ୍ରୀ କହିଛନ୍ତି ଯେ, "ଯବାନମାନେ ନିଜ କର୍ତ୍ତବ୍ୟ ଯୋଗୁଁ ଘରକୁ ଯାଇପାରିନାହାନ୍ତି । ତେବେ ତାଙ୍କ ହାତ ଖାଲି ନକରିବାକୁ ଆମେ ଶ୍ରଦ୍ଧା ଓ ସମ୍ମାନର ସହିତ ରାକ୍ଷୀ ପଠାଇଛୁ ।"

କେବଳ ଚଳିତ ବର୍ଷ ନୁହେଁ ପ୍ରତିବର୍ଷ ଚିତାଳ କଲେଜ ଛାତ୍ରୀ ଏଭଳି ରାକ୍ଷୀ ପଠାଇ ଆସୁଛନ୍ତି । ଯାହାକୁ କଲେଜ କର୍ତ୍ତୃପକ୍ଷ ମଧ୍ୟ ସହଯୋଗ କରିଛନ୍ତି । ସେପଟେ ସୀମାରେ ଥିବା ଯବାନ ରାକ୍ଷୀ ପାଇବା ପାଇଁ ଚାତକ ପରି ଚାହିଁ ବସିଛନ୍ତି । ଦେଶର ବୀର ଯବାନଙ୍କ ପାଇଁ ଛାତ୍ରୀ ମାନଙ୍କର ଏଭଳି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details