ଯାଜପୁର: ବ୍ୟାସନଗର ସହର । ଜିଲ୍ଲାର ଏକ ବ୍ୟସ୍ତ ବହୁଳ ଅଞ୍ଚଳ ଭାବେ ଜଣାଶୁଣା। କାରଣ ଏହି ସହର ଦେଇ ଯାଇଛି 215 ନମ୍ବର ଜାତୀୟ ରାଜପଥ । କିନ୍ତୁ ଦୁର୍ଭାଗ୍ୟ କଥା ହେଉଛି ଏବେ ପୁରା ସହରର ଗୋରୁଙ୍କ କବଜାରେ । ଚାରିଆଡେ ଗାଈଗୋରୁଙ୍କ ମେଳି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର ରାସ୍ତା ଘାଟ, ଗଳି କନ୍ଦି, ସହର- ବଜାର ସବୁଠି ଚାଲିଛି ଗୋରୁଙ୍କ ରାଜ୍ । ଫଳରେ ମୁଖ୍ୟ ରାସ୍ତା ସମତେ ଛକ ମାନଙ୍କରେ ଟ୍ରାଫିକ ସମସ୍ୟା ଅଣାୟତ ହେବାରେ ଲାଗିଛି । ଏଥିପାଇଁ ସହର ଲୋକ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ଗୋରୁଗାଈଙ୍କ ଯୋଗୁଁ କେତେକ ଦୁର୍ଘଟଣା ଘଟିଥିବାର ନଜିର ମଧ୍ୟ ରହିଛି ।
ଅନ୍ୟପଟେ ପୌରସଂସ୍ଥା ପକ୍ଷରୁ କୌଣସି କଟକଣା ନଥିବାରୁ ଲୋକମାନେ ବେପରୁଆ ଭାବେ ରାସ୍ତାକୁ ଛାଡି ଦେଉଛନ୍ତି ନିଜର ଗୋରୁଗାଈଙ୍କୁ । ଯଦ୍ବାରା ସହରର ଟ୍ରାଫିକ ସମସ୍ୟା ଦ୍ବିଗୁଣିତ ହୋଇଛି । ଏପଟେ ରାସ୍ତାରେ ଗୋରୁଗାଈ ଛାଡୁଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟର ନିୟମ ଥିଲେ ମଧ୍ୟ ତାହା କରାଯାଉନାହିଁ । ଫଳରେ ଲୋକେ ଭୋଗୁଛନ୍ତି ନାନା ସମସ୍ୟା ।
ଏନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ବର୍ତ୍ତମାନ ପୌରପରିଷଦର ଅଧ୍ୟକ୍ଷ ଦାୟିତ୍ବରେ ଥିବାରୁ ସମସ୍ୟା ନେଇ ଆମେ ତାଙ୍କୁ ଭେଟିଥିଲୁ । ସେ ସମସ୍ୟା ସମ୍ପର୍କରେ ଅବଗତ ଥିବା ନେଇ କହିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ