ଓଡିଶା

odisha

ETV Bharat / state

ସୂଚନାଧିକାର କର୍ମୀଙ୍କୁ ବୋମାମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ସୂଚନାଧିକାର କର୍ମୀଙ୍କୁ ବୋମାମାଡ଼ ଘଟଣା । ମୁଖ୍ୟ ଅଭିଯୁକ୍ତ ଗିରଫ । ସୂଚନା ଦେଲେ ଏସପି । ଅଧିକ ପଢନ୍ତୁ.....

By

Published : Apr 23, 2021, 3:49 PM IST

jajpur bombing case followup
ସୂଚନା ଅଧିକାର କର୍ମୀଙ୍କୁ ବୋମାମାଡ଼ ଘଟଣା,ମୁଖ ଅଭିଯୁକ୍ତ ଗିରଫ

ଯାଜପୁର:ଜିଲ୍ଲାର ଧର୍ମଶାଳା ଥାନା ଇମାମନଗର ଠାରେ ସୂଚନାଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ବୋମାମାଡ ଘଟଣା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରବି ଦାସକୁ ଗିରଫ କଲା ଯାଜପୁର ପୋଲିସ୍। ଏହା ପୂର୍ବରୁ 4ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିଲା ଧର୍ମଶାଳା ପୋଲିସ ।

ସୂଚନା ଅଧିକାର କର୍ମୀଙ୍କୁ ବୋମାମାଡ଼ ଘଟଣା,ମୁଖ ଅଭିଯୁକ୍ତ ଗିରଫ

ପ୍ରଥମେ 3ଜଣ ଓ ଗତ 20ତାରିଖ ଆଉ ଜଣକୁ ଗିରଫ କରାଯାଇଥିଲା। ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତ ରବି ଦାସକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ରବିର ଘର ଜେନାପୁର ଅଞ୍ଚଳରେ ବୋଲି ଜଣାପଡିଛି। ସୂଚନା ଯୋଗ୍ୟ ଯେ ଗତ ମାର୍ଚ୍ଚ 27 ତାରିଖ ଦିନ ସର୍ବେଶ୍ୱର ଧର୍ମଶାଳା ଥାନା ଇମମାନଗରରୁ ଘରକୁ ଫେରୁଥିବା ବେଳେ ତାଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଥିଲା। ସର୍ବେଶ୍ବରଙ୍କ ସହ ଅନ୍ୟ ଦୁଇଜଣ ମଧ୍ୟ ଆହତ ହୋଇଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

ABOUT THE AUTHOR

...view details