ଓଡିଶା

odisha

ETV Bharat / state

ଆଜିଠୁ ଖୋଲିଲା ବିରଜା ମନ୍ଦିର - ଖୋଲିଲା ବିରଜା ମନ୍ଦିର

ଆଜିଠୁ ଖୋଲିଲା ଯାଜପୁରର ଅଧିଷ୍ଠାତ୍ରୀ ମା' ବିରଜାଙ୍କ ମନ୍ଦିର । ମହାମାରୀ ଯୋଗୁଁ ଦୀର୍ଘ ତିନି ମାସ କାଳ ମନ୍ଦିର ବନ୍ଦ ରହିଥିଲା । ଅଧିକ ପଢନ୍ତୁ...

ଆଜିଠୁ ଖୋଲିଲା ବିରଜା ମନ୍ଦିର
ଆଜିଠୁ ଖୋଲିଲା ବିରଜା ମନ୍ଦିର

By

Published : Aug 4, 2021, 8:41 PM IST

Updated : Aug 4, 2021, 8:58 PM IST

ଯାଜପୁର: ଆଜିଠୁ(ବୁଧବାର) ଖୋଲିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିର । ଦୀର୍ଘ ତିନି ମାସ ପରେ ଭକ୍ତଙ୍କୁ ଦର୍ଶନ ଦେବେ ମା' । ସମସ୍ତ କୋଭିଡ ନିୟମାବଳୀ ଅନୁପାଳନ କରି ଉଭୟ ସେବାୟତ ଓ ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ କରିବେ । ରାଜ୍ୟରେ କୋରୋନା ପ୍ରଭାବ ହ୍ରାସ ପରେ ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କୁ ଦେଇଥିଲେ ସରକାର । ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିରଜା ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଆଜିଠୁ ଖୋଲିଲା ବିରଜା ମନ୍ଦିର

ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ମନ୍ଦିର ବନ୍ଦ ରହିବା ଫଳରେ ଭକ୍ତ ଓ ଭଗବନାଙ୍କ ମଧ୍ୟରେ ଦୂରତା ବଢିଥିଲା । ସର୍ବସାଧାରଣ ଦର୍ଶନ ବନ୍ଦ ଥିବାରୁ ସେବାୟତମାନେ ମଧ୍ୟ ନାନା ଅସୁବିଧା ଭୋଗୁଥିଲେ । ହେଲେ ଆଜିଠୁ ମନ୍ଦିରରେ ସର୍ବସାଧାରଣ ଦର୍ଶନକୁ ଅନୁମତି ଦେଇଛି ପ୍ରଶାସନ । ସକାଳ ୬ଟା ରୁ ରାତ୍ରି ୮ ଟା ପର୍ଯ୍ୟନ୍ତ ଭକ୍ତମାନେ ମା'ଙ୍କ ଦର୍ଶନ କରିପାରିବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଅନେକ କଟକଣା ଜାରି କରାଯାଇଛି । ଉଭୟ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଭିନ୍ନ ଭିନ୍ନ ଧାଡିରେ ଆସି ମା'ଙ୍କ ଚଣ୍ଡି ମଣ୍ଡପରୁ ବିରଜାଙ୍କ ଦର୍ଶନ କରିବେ ଏବଂ ସିଧା ବାହାରକୁ ପ୍ରସ୍ଥାନ କରିବେ । ମନ୍ଦିର ପରିସରରେ କୌଣସି ଭକ୍ତଙ୍କୁ ରହିବାର ସୁଯୋଗ ଦିଆଯିବ ନାହିଁ । ଆସୁଥିବା ଭକ୍ତମାନେ ମା'ଙ୍କ ପାଖରେ କୌଣସି ଭୋଗ ଲଗାଇପାରିବେ ନାହିଁ । ମନ୍ଦିରରେ ଶ୍ରଦ୍ଧାଳୁମାନେ ବେଢା ପରିକ୍ରମା ନ କରି କେବଳ ମାଙ୍କୁ ଦର୍ଶନ କରିବେ । ଏଥିସହ ବେଢା ପରିସରରେ ବିବାହ କାର୍ଯ୍ୟକୁ ବାରଣ କରିଛି ଜିଲ୍ଲା ପ୍ରଶାସନ ।

ତେବେ ଦୀର୍ଘ ଦିନ ପରେ ମାଆଙ୍କ ମନ୍ଦିର ଖୋଲିଥିବାରୁ ଶ୍ରଦ୍ଧାଳୁମାନେ ବେଶ୍ ଖୁସି ପ୍ରକାଶ କରିଛନ୍ତି । ଭକ୍ତମାନଙ୍କ ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Aug 4, 2021, 8:58 PM IST

ABOUT THE AUTHOR

...view details