ଓଡିଶା

odisha

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଯାଜପୁର କଳାକାର ସଂଘର ଦାବିପତ୍ର

By

Published : May 23, 2020, 5:18 PM IST

କୋରୋନା ଲକଡାଉନ କାରଣରୁ ବିଭିନ୍ନ କଳାକାର ରୋଜଗାର ହରାଇଛନ୍ତି । ତେଣୁ ସରକାର ସେମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରି ଯାଜପୁର କଳା ଓ ଜିଲ୍ଲା କଳାକାର ସଂଘ ପକ୍ଷରୁ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Jajpur Artists' Union's demand letter to the district magistrate addressed to the Chief Minister
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଯାଜପୁର କଳାକାର ସଂଘର ଦାବିପତ୍ର

ଯାଜପୁର: କୋରୋନା ମୁକାବିଲା ପାଇଁ ଦେଶରେ ଲକଡାଉନ ଜାରି ହୋଇଛି । ହେଲେ ଲକଡାଉନ କାରଣରୁ ଅନେକ ନିଜ ଜୀବିକା ହରାଇବା ସହ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ତାଲିକାରେ ସାମିଲ ଅଛନ୍ତି କଳାକାର ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଯାଜପୁର କଳାକାର ସଂଘର ଦାବିପତ୍ର

କୋରୋନା ଲକଡାଉନ କାରଣରୁ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉପରେ ରୋକ ଲାଗିଛି । ଯାହା ଫଳରେ ଅନେକ କଳାକାର ନିଜ ରୋଜଗାର ହରାଇଛନ୍ତି । ଏପରିକି କିଛି କଳାକାର ଦୁଇ ଓଳି ଦୁଇ ମୁଠା ଖାଇବାକୁ ବି ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଯାଜପୁର କଳାକାର ସଂଘର ଦାବିପତ୍ର

ତେଣୁ ଏଥିପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରି ଯାଜପୁର କଳା ଓ ଜିଲ୍ଲା କଳାକାର ସଂଘ ପକ୍ଷରୁ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ କଳାକାର ମାନଙ୍କୁ ଚିହ୍ନଟ କରି ଅଗ୍ରୀମ ୬ ମାସର ରାସନ ସାମଗ୍ରୀ ବଣ୍ଟନ କରିବାକୁ ଦାବି ହୋଇଛି । ଏଥିସହିତ ବୟସ୍କ କଳାକାର ମାନଙ୍କୁ ମାସିକ ୫୦୦୦ ହଜାର ଟଙ୍କା ପେନସନ ପ୍ରଦାନ କରିବାକୁ ମଧ୍ୟ ଦାବି କରାଯାଇଛି । ସଂଘର ଆବାହକ ଦିନେଶ ମଲ୍ଲିକଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details