ଯାଜପୁର: ଅସହ୍ୟ ହେଲାଣି ଖରା । ଏବେ ଠାରୁ ଗାଁ ଗଣ୍ଡାରେ ଜଳ କଷ୍ଟ ଦେଖିବାକୁ ମିଳିଲାଣି । ଖରା ପ୍ରଭାବରେ ନଦୀ ନାଳ ଶୁଖିଯାଏ । ଟୋପାଏ ପାଣି ପାଇଁ ହନ୍ତସନ୍ତ ହୁଅନ୍ତି ଜୀବଜଗତ । ତେବେ ଖରାଦିନ ଆରମ୍ଭରୁ କୋରାଇ ବ୍ଲକ ପାଣିକୋଇଲି ପଞ୍ଚାୟତର ୧୬ ନଂ ଜାତୀୟ ରାଜପଥ କଡ଼ରେ ରହିଥିବା ଅଳତ୍ରୀ ଗ୍ରାମରେ ଜଳ ସମସ୍ୟା ଦେଖିବକୁ ମିଳିଛି । କାହିଁ କେଉଁ କାଳରୁ ଗ୍ରାମବାସୀଙ୍କୁ ଜଳ ଯୋଗାଉଥିବା ଗାଁର ମୁଖ୍ୟ ପୋଖରୀ ଏବେ ପୋତି ହୋଇ ପଡିଛି ।
ମୁଖ୍ୟ ପୋଖରୀର ଅବସ୍ଥା:ଗାଁରେ ଥିବା ପଖୋରୀର ପୁନଃରୁଦ୍ଧାର ପାଇଁ ଏବେ ମନରେଗାରେ ନିର୍ମାଣ ହେଉଛି ଆଦର୍ଶ ପଖୋରୀ । ହେଲେ ବାସ୍ତବରେ ଏହା ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହୋଇ ପାରୁନି । ଯାଜପୁର ଜିଲ୍ଲା ପାଣିକୋଇଲି ପଞ୍ଚାୟତର ଅଳତ୍ରୀ ଗାଁର ଇଶିରା ପୋଖରୀକୁ ଏହା ସତ ମନହୁଏ । ଦିନେ ଏହି ଗାଁ ପୋଖରୀ ଲୋକମାନଙ୍କ ପାଇଁ ଥିଲା ପାଣି ବ୍ୟବହାର ମୁଖ୍ୟ ସ୍ଥଳି । ଯାହାର ପରିଚାଳନା ଦାୟିତ୍ଵ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ହାତରେ ରହିଛି । ପ୍ରତିବର୍ଷ ଏହି ପୋଖରୀକୁ ପଞ୍ଚାୟତ ପକ୍ଷରୁ ନିଲାମ ଦିଆଯାଇ ମାଛଚାଷ କରାଯାଏ । ସେଥିରୁ ମିଳୁଥିବା ଟଙ୍କା ଗ୍ରାମ ଦେବତୀଙ୍କ ପୂଜାରେ ଖର୍ଚ୍ଚ କରାଯାଏ । ହେଲେ ପୋଖରୀ ଏବେ ଆବର୍ଜନାର କୁଣ୍ଡ ପାଲଟିଛି। ଖରା ଦିନ ଆସିଲେ 8ଖଣ୍ତ ଗାଁର ଲୋକଙ୍କ ଶୋଷ ନିବାରଣ କରୁଥିଲା ଏହି ପୋଖରୀ । କିନ୍ତୁ ଏବେ ସେଇ ଚିର ସବୁଜା ପୋଖରୀ ଅଳିଆ ଆବର୍ଜନାର କୁଣ୍ଡ ପାଲଟିଛି ।