ଯାଜପୁର:ରାଜ୍ୟରେ ଘୋଷଣା ହୋଇ ସାରିଛି ପଞ୍ଚାୟତ ନିର୍ବାଚନ ତାରିଖ । ଏନେଇ ଆଜି (ବୁଧବାର) ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପରିଚାଳନା ନେଇ ଏକ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଅଧ୍ୟକ୍ଷତା କରିଥିଲେ। ଏଥିରେ ଜିଲ୍ଲାର ବୁଥ ପରିସ୍ଥିତି, ସମ୍ବେଦନଶୀଳ ବୁଥ ତାଲିକା ପ୍ରସ୍ତୁତ ସହିତ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ଗାଡି, ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଫୋର୍ସ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ଯାଜପୁର ଜିଲ୍ଲା ପ୍ରଶାସନର ବୈଠକ
ରାଜ୍ୟରେ ଘୋଷଣା ହୋଇ ସାରିଛି ପଞ୍ଚାୟତ ନିର୍ବାଚନ ତାରିଖ । ଏନେଇ ଆଜି (ବୁଧବାର) ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପରିଚାଳନା ନେଇ ଏକ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ
ପଞ୍ଚାୟତ ନିର୍ବାଚନ ପରିଚାଳନା ନେଇ ଯାଜପୁର ଜିଲ୍ଲା ପ୍ରଶାସନର ବୈଠକ
ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ସହିତ କୋଭିଡ କଟକଣାକୁ କିଭଳି ପାଳନ କରାଯିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଜିଲ୍ଲାର ସମସ୍ତ ବିଡିଓଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ରାଜ୍ୟରେ 5ଟି ପର୍ଯ୍ୟାୟରେ ମତଦାନ କରିବେ ଭୋଟର । ଫେବୃଆରୀ 16ରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଫେବୃଆରୀ 26ରୁ 3 ଦିନ ଧରି ଭୋଟ ଗଣତି କରାଯିବ । ତେବେ ଭୋଟ୍ ଗଣତି ପରେ ବିଜୟ ଶୋଭାଯାତ୍ରା କରି ହେବ ନାହିଁ । କୋଭିଡ ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ