ଓଡିଶା

odisha

By

Published : Sep 22, 2019, 8:56 PM IST

ETV Bharat / state

ମହାତ୍ମାଗାନ୍ଧୀ ମାର୍ଗ ନାମରେ ନାମିତ ହେବ ବିଭିନ୍ନ ଛକ

ଆସନ୍ତା ଅକ୍ଟୋବର ୨ ରେ ଗାନ୍ଧୀ ଜୟନ୍ତୀ ପାଳନ ନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଛି ପ୍ରସ୍ତୁତି ବୈଠକ । ଏହି ଅବସରରେ ଜିଲ୍ଲାର ଗୋଖନା ଠାରୁ ମେଡିକାଲ ଛକ ଏବଂ ବ୍ୟାସନଗରର ଗୋପବନ୍ଧୁ ଛକ ଠାରୁ ଚୋରଦା ଛକ ରାସ୍ତାକୁ ମହାତ୍ମାଗାନ୍ଧୀ ମାର୍ଗ ଭାବେ ନାମିତ କରିବା ପାଇଁ ନିଷ୍ପତି ହୋଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ଯାଜପୁର: ଗାନ୍ଧୀ ଜୟନ୍ତୀ ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ । ଆସନ୍ତା ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପାଳନ ନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଛି ପ୍ରସ୍ତୁତି ବୈଠକ । ଏହି ଅବସରରେ ଜିଲ୍ଲାର ଗୋଖନା ଠାରୁ ମେଡିକାଲ ଛକ ଏବଂ ବ୍ୟାସନଗରର ଗୋପବନ୍ଧୁ ଛକ ଠାରୁ ଚୋରଦା ଛକ ରାସ୍ତାକୁ ମହାତ୍ମାଗାନ୍ଧୀ ମାର୍ଗ ଭାବେ ନାମିତ କରିବା ପାଇଁ ନିଷ୍ପତି ହୋଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ଗାନ୍ଧି ଜୟନ୍ତୀ ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବାକୁ ମଧ୍ୟ ନିଷ୍ପତି ହୋଇଛି । ଏହି ଅବସରରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details