ଓଡିଶା

odisha

ETV Bharat / state

ଯାଜପୁର ବନ୍ୟା ବିପନ୍ନଙ୍କୁ ରିଲିଫ ଯୋଗାଇ ଦିଆଯାଇନଥିବା ଅଭିଯୋଗ

ବନ୍ୟା ବିପନ୍ନମାନଙ୍କୁ ରିଲିଫ ଯୋଗାଇ ଦିଆଯାଇନଥିବା ଅଭିଯୋଗ । କେବଳ ଚାଉଳ କିମ୍ବା ଚୁଡା ନୁହେଁ ଗୃହପାଳିତ ପଶୁଙ୍କୁ ଗୋ ଖାଦ୍ୟ ସହିତ ଘର ଭଙ୍ଗା ସାହାଯ୍ୟ ତୁରନ୍ତ ପ୍ରଦାନ କରିବାକୁ ଦାବି । ଅଧିକ ଖବର ପଢନ୍ତୁ...

ଯାଜପୁର ବନ୍ୟା ବିପନ୍ନଙ୍କୁ ରିଲିଫ ଯୋଗାଇ ଦିଆଯାଇନଥିବା ଅଭିଯୋଗ
ଯାଜପୁର ବନ୍ୟା ବିପନ୍ନଙ୍କୁ ରିଲିଫ ଯୋଗାଇ ଦିଆଯାଇନଥିବା ଅଭିଯୋଗ

By

Published : Sep 19, 2020, 6:07 PM IST

ଯାଜପୁର: ଜିଲ୍ଲା ଦଶରଥପୁର ବ୍ଳକ ଦତପୁର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘାଇ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବନ୍ୟା ବିପନ୍ନଙ୍କୁ ରିଲିଫ ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଛି ।

ବନ୍ୟା ବିପନ୍ନ ମାନଙ୍କୁ ରିଲିପଂ ଯୋଗାଇ ଦିଆଯାଇନଥିବା ଅଭିଯୋଗ

ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ରିଲିଫ ପର୍ଯ୍ୟାପ୍ତ ନୁହେଁ ବୋଲି ଅଭିଯୋଗ କରି ଆଜି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । କେବଳ ଚାଉଳ କିମ୍ବା ଚୁଡା ନୁହେଁ ଗୃହପାଳିତ ପଶୁଙ୍କୁ ଗୋଖାଦ୍ୟ ସହିତ ଘର ଭଙ୍ଗା ସାହାଯ୍ୟ ତୁରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି ।

ଅଧିକ ରିଲିଫ ସାମଗ୍ରୀ ଦାବି କରି ବର୍ତ୍ତମାନ ସୁଦ୍ଧା ରିଲିଫ ଗ୍ରହଣ କରିନାହାଁନ୍ତ ଗ୍ରାମବାସୀ । ସେପଟେ ସରକାରୀ ନିୟମ ମୁତାବକ ବନ୍ୟା ବିପନ୍ନ ମାନଙ୍କୁ ରିଲିଫ ବଣ୍ଟନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details