ଜଗତସିଂହପୁର: ଫନିକୁ ବର୍ଷେ ପୁରିବାକୁ ବସିଲାଣି । ଆଉ ଏବେ ଜିଲ୍ଲା ପୌର ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ବସୁଥିବା ଉଠା ଦୋକାନୀ ମାନଙ୍କୁ ଫନି ସହାୟତା ପ୍ରଦାନ କରାଯାଇଛି। ଆଉ ଦିର୍ଘ ଦିନ ପରେ ସହାୟତା ପ୍ରଦାନ କରାଯାଉଥିବାରୁ ସାଧାରଣରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
187 ଉଠା ଦୋକାନୀଙ୍କୁ ମିଳିଲା ଫନି ସହାୟତା - fhoni assistance after a long time
ଜଗତସିଂହପୁରରେ ପୌର ପରିଷଦ ପକ୍ଷରୁ ଗୁରୁବାର ଫନି ବାତ୍ୟାରେ କ୍ଷେତିଗ୍ରସ୍ଥ ହୋଇଥିବା 187 ଜଣ ଉଠା ଦୋକାନୀଙ୍କୁ ମୋଟ 18 ଲକ୍ଷ 70 ହଜାର ଟଙ୍କା ଫନି ସହାୟତା ପ୍ରଦାନ କରାଯାଇଛି। ଅଧିକ ପଢନ୍ତୁ...
ଦିର୍ଘ ଦିନ ପରେ ଉଠାଦୋକାନୀଙ୍କୁ ମିଳିଲା ଫନି ସହାୟତା
ତେବେ ଜଣଙ୍କ ପିଛା 10 ହଜାର ଲେଖାଏଁ ମୋଟ 187 ଜଣଙ୍କୁ 18 ଲକ୍ଷ 70 ହଜାର ଟଙ୍କା ପ୍ରଦାନ କରାଯାଇଛି। ପୌର ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ ପୌରହିତରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରସାନ୍ତ ମୁଦୁଲି, DRDA ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ ମହାନ୍ତି, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା.ବସନ୍ତ କୁମାର ବାରିକ ପ୍ରମୁଖ ଯୋଗଦେଇ ସହାୟତା ପ୍ରଦାନ କରିଥିଲେ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ