ଓଡିଶା

odisha

ETV Bharat / state

ଯନ୍ତ୍ରୀ-ଠିକାଦାରଙ୍କ ମଧୁଚନ୍ଦ୍ରିକା, ଚିନ୍ତାରେ ଚାଷୀ - irrigation

ରାଜ୍ୟ ସରକାର କୃଷି ଓ କୃଷକ ବିକାଶ ପାଇଁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଧର୍ମଶାଳା ବ୍ଲକରେ ଦେଖିବାକୁ ମିଳିଛି ବ୍ୟତିକ୍ରମ । ଗ୍ରାମବାସୀଙ୍କ ଅଭିଯୋଗ ସତ୍ତ୍ବେ ଶୁଣୁନି ପ୍ରଶାସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

By

Published : Jul 4, 2019, 9:37 PM IST


ଯାଜପୁର: ରାଜ୍ୟ ସରକାର କୃଷି ଓ କୃଷକର ବିକାଶ ପାଇଁ ଜଳସେଚନ ବ୍ୟବସ୍ଥାକୁ ଗୁରୁତ୍ବ ଦେଉଥିବା ବେଳେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକରେ କିନ୍ତୁ ଦେଖିବାକୁ ମିଳିଛି ବିରାଟ ବ୍ୟତିକ୍ରମ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ବଡ଼ଚଣା କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଧର୍ମଶାଳା ବ୍ଳକ ଥାନୁଆଳ ଗାଁରେ 36ଲକ୍ଷ 88ହଜାର ଟଙ୍କା ବ୍ୟୟରେ ଏକ ଜଳ ସେଚନ ପ୍ରକଳ୍ପ କରାଯାଇଥିଲି । ଯାହାକି 81ଶହ ହେକ୍ଟର ଚାଷଜମିକୁ ଜଳସେଚନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ମାଟିଝର ପ୍ରକଳ୍ପ ନାମରେ ନାମିତ ଏହି କ୍ଷୁଦ୍ର ଜଳସେଚନଟି, ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏନେଇ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ପାଖରେ ବାରମ୍ବାର ଅଭିଯୋଗ କଲେ ବି ସେମାନେ କୌଣସି କର୍ଣ୍ଣପାତ କରୁନଥିବା କହିଛନ୍ତି ଗ୍ରାମବାସୀ ।


ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details