ଯାଜପୁର: ସରକାରୀ କାର୍ଯ୍ୟରେ ଅବହେଳା ବର୍ତ୍ତମାନ ସତେ ଯେମିତି ଏକ ନିତିଦିନିଆ ଘଟଣା ପାଲଟିଛି । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଭୂଇଁପୁର ପଞ୍ଚାୟତରେ । ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଗାଁରେ ଅଯୋଗ୍ୟ ହିତାଧିକାରୀଙ୍କ ପାଖରେ ରାସନ କାର୍ଡ ରହିଥିବା ବେଳେ ଯୋଗ୍ୟ ହିତାଧିକାରୀ ଏହି ସୁବିଧାରୁ ବଞ୍ଚିତ ।
ରାସନ କାର୍ଡ ବଣ୍ଟନରେ ଅନିୟମିତତା, ତାତିଲେ ଭୂଇଁପୁର ଗ୍ରାମବାସୀ - ଯାଜପୁରରେ ରାସନ କାର୍ଡ ବଣ୍ଟନରେ ଅନିୟମିତତା
ସରକାରୀ କାର୍ଯ୍ୟରେ ଅବହେଳା ବର୍ତ୍ତମାନ ସତେ ଯେମିତି ଏକ ନିତିଦିନିଆ ଘଟଣା ପାଲଟିଛି । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଭୂଇଁପୁର ପଞ୍ଚାୟତରେ ।

ରାସନ କାର୍ଡ ବଣ୍ଟନରେ ଅନିୟମିତତା, ତାତିଲେ ଭୂଇଁପୁର ଗ୍ରାମବାସୀ
ରାସନ କାର୍ଡ ବଣ୍ଟନରେ ଅନିୟମିତତା, ତାତିଲେ ଭୂଇଁପୁର ଗ୍ରାମବାସୀ
ଏନେଇ ଶନିବାର ଗ୍ରାମବାସୀ ଏକତ୍ରିତ ହୋଇ ଯାଜପୁର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ତେଣେ ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତେଜିଛି ଗ୍ରାମବାସୀଙ୍କ ଦାବି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ