ଓଡିଶା

odisha

ETV Bharat / state

‘ଆମ ଗାଁ ଆମ ବିକାଶ’ ଯୋଜନାରେ ଅନିୟମିତତା, ଟଙ୍କା ହଡପ ଅଭିଯୋଗ - ଯାଜପୁର

ବଡଚଣା ବ୍ଲକରେ ଅବିଭକ୍ତ ବିକ୍ରମତିରଣ ପଞ୍ଚାୟତରେ ବ୍ୟାପକ ଦୁର୍ନିତି ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ‘ଆମ ଗାଁ ଆମ ବିକାଶ ଯୋଜନା’ରେ ଆସିଥିବା ଲକ୍ଷ ଲକ୍ଷ ଟଙ୍କାକୁ ହଡପ କରାଯାଇଥିବା ଅଭିଯୋଗ ।

Irregularities in the 'ama gna ama bikas' scheme
‘ଆମ ଗାଁ ଆମ ବିକାଶ’ ଯୋଜନାରେ ଅନିୟମିତତା

By

Published : Aug 18, 2020, 3:10 PM IST

ଯାଜପୁର: ବଡଚଣା ବ୍ଲକରେ ଅବିଭକ୍ତ ବିକ୍ରମତିରଣ ପଞ୍ଚାୟତରେ ବ୍ୟାପକ ଦୁର୍ନିତି ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତକୁ ଆସୁଥିବା ସରକାରୀ ଅନୁଦାନକୁ କେତେକ ମୁଷ୍ଟିମେୟ ବ୍ୟକ୍ତି ଚକ୍ରାନ୍ତ କରି ଅର୍ଥକୁ ହରିଲୁଟ କରୁଥିବା ଅଭିଯୋଗ ହୋଇଛି ।

‘ଆମ ଗାଁ ଆମ ବିକାଶ’ ଯୋଜନାରେ ଅନିୟମିତତା

‘ଆମ ଗାଁ ଆମ ବିକାଶ ଯୋଜନା’ରେ ଆସିଥିବା ଲକ୍ଷ ଲକ୍ଷ ଟଙ୍କାକୁ ହଡପ କରାଯାଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସମିତିସଭ୍ୟ ସର୍ବେଶ୍ବର ସାମଲ । ଅଭିଯୋଗ ମୁତାବକ ପଞ୍ଚାୟତରେ ମନରେଗା ଯୋଜନାରେ ମେସିନରେ କାମ କରାଯାଉଛି ଫଳରେ ଶ୍ରମିକ ମାନେ କାମ ପାଇବାରୁ ବଞ୍ଚିତ ହେଉଛନ୍ତି ।

ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ଯେଉଁମାନେ ଅଯୋଗ୍ୟ ଭାବେ ଚିହ୍ନଟ ହୋଇଥିଲେ ସେମାନଙ୍କୁ ଯୋଗ୍ୟ କରାଯାଇଛି । ଏଭଳି ଅନିୟମିତତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି ସର୍ବେଶ୍ବର । ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details