ଯାଜପୁର: ବ୍ୟାସନଗର ପୌରାଞ୍ଚଳର 3ନଂ ୱାର୍ଡରେ ମହିଳା ମହାସଂଘକୁ କାର୍ଯ୍ୟ ସମ୍ପାଦନ ଦାୟିତ୍ବ ବଣ୍ଟନରେ ଅନିୟମିତତା ଅଭିଯୋଗ । ପ୍ରତିବାଦରେ ମହିଳା ମାନେ ପୌରପରିଷଦ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଏହି ୱାର୍ଡରେ ସମ୍ପୃକ୍ତ ମହିଳା ମହାସଂଘ ତତ୍ତ୍ବାବଧାନରେ ପ୍ରଥମେ କମ୍ୟୁନିଟି ସେଣ୍ଟର କରାଯିବାକୁ ପ୍ରତିଶୃତି ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପୋଖରୀ ଖୋଳିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ କରିଛି ମହିଳା ମହାସଂଘ ।
ଦାୟିତ୍ବ ବଣ୍ଟନରେ ଅନିୟମିତତା, ପୌରପରିଷଦ କାର୍ଯ୍ୟାଳୟ ଘେରିଲେ ମହିଳା ମହାସଂଘ - ମହିଳା ମହାସଂଘକୁ ଦାୟିତ୍ବ ବଣ୍ଟନରେ ଅନିୟମିତତା
ବ୍ୟାସନଗର ପୌରାଞ୍ଚଳର 3ନଂ ୱାର୍ଡରେ ମହିଳା ମହାସଂଘକୁ କାର୍ଯ୍ୟ ସମ୍ପାଦନ ଦାୟିତ୍ବ ବଣ୍ଟନରେ ଅନିୟମିତତା ଅଭିଯୋଗ । ପ୍ରତିବାଦରେ ମହିଳା ମାନେ ପୌରପରିଷଦ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।
ମହିଳା ମହାସଂଘକୁ ଦାୟିତ୍ବ ବଣ୍ଟନରେ ଅନିୟମିତତା, ପୌରପରିଷଦ କାର୍ଯ୍ୟାଳୟ ଘେରାଉ
ଏଥିସହ ଯୋଗ୍ୟ ବିବେଚିତ ମହିଳା ସଂଘକୁ କାର୍ଯ୍ୟ ଦାୟିତ୍ବ ନଦେଇ ନୂତନ ଗୋଷ୍ଠୀର ମହିଳା ମାନଙ୍କୁ ଦାୟିତ୍ବ ଦେବା ନେଇ ଏଭଳି ଅସନ୍ତୋଷ ଦେଖାଦେଇଛି । ସେପଟେ ମହିଳା ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କହିଲେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ । ତେବେ ଆପୋଷ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ
TAGGED:
Women's Federation