ଯାଜପୁର: ଜଳିଗଲା ଆଇରନ ବୋଝେଇ ଟ୍ରକ । ଯାଜପୁର ଚଣ୍ଡିଖୋଲସ୍ଥିତ ତୋଷାଳୀ ହୋଟେଲ ସମ୍ମୁଖରେ ଘଟିଛି ଅଘଟଣ । ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକ୍ରେ ନିଆଁ ଲାଗି ତାହା ସମ୍ପୂର୍ଣ୍ଣ ଜଳିଯାଇଛି ।
ରାସ୍ତା ମଝିରେ ଜଳିଗଲା ଆଇରନ ବୋଝେଇ ଟ୍ରକ - jajpur news
ଯାଜପୁର ଚଣ୍ଡୀଖୋଲସ୍ଥିତ ତୋଷାଳୀ ହୋଟେଲ ସମ୍ମୁଖରେ ହୁତ୍ ହୁତ୍ ହୋଇ ଜଳିଲା ଟ୍ରକ । ଯାଜପୁରରୁ ପାରାଦ୍ବୀପ ଅଭିମୁଖେ ଯାଉଥିବା ଅଇରନ ବଝେଇ ଟ୍ରକରେ ନିଆଁ ଲାଗିଯାଇଥିଲା । ଅଧିକ ପଢନ୍ତୁ...
ଜଳିଗଲା ଆଇରନ ବୋଝେଇ ଟ୍ରକ
ଜଳିଗଲା ଆଇରନ ବୋଝେଇ ଟ୍ରକ
ସୂଚନା ଅନୁଯାୟୀ ଯାଜପୁରର ଚଣ୍ଡୀଖୋଲସ୍ଥିତ ତୋଷାଳୀ ହୋଟେଲ ସମ୍ମୁଖରେ ଆଇରନ୍ ବୋଝେଇ ଟ୍ରକ୍ଟି ପାରାଦୀପ ଅଭିମୁଖେ ଯାଉଥିବା ବେଳେ କୌଣସି କାରଣରୁ ଏଥିରେ ନିଆଁ ଲାଗି ଯାଇଥିଲା ଏବଂ ଟ୍ରକ୍ଟି ଜଳିବାକୁ ଲାଗିଲା । ନିଆଁର ପରିମାଣ ବହୁତ ଥିବାରୁ ଆଖପାଖ ଲୋକେ ଏହାକୁ ଲିଭାଇବା ପାଇଁ ଭୟ କରିଥିଲେ । ଏହା ପରେ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଆସି ନିଆଁ ଲିଭାଇଥିଲେ । ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ