ଯାଜପୁର: ନଭେମ୍ବର 3ରୁ ଆଇ.ଏନ.ଟି.ୟୁ.ସି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଗୁରୁବାର ଶେଷ ହୋଇଛି । ତେବେ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ 22 ଦଫା ଦାବି କରି ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲା ଆଇ.ଏନ.ଟି.ୟୁ.ସି ।
ମିଳିଥିବା ସୂଚନା ମୁତାବକ, ରାଜ୍ୟର ସମସ୍ତ ଜିଲ୍ଲାରେ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଘରୋଇକରଣ ବନ୍ଦ କରିବା, କଳିଙ୍ଗନଗରରେ ବନ୍ଦ ରହିଥିବା ସମସ୍ତ କଳକାରଖାନାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଆଦି 22ଦଫା ଦାବି ଆଇ.ଏନ.ଟି.ୟୁ.ସି ପକ୍ଷରୁ ରଖାଯାଇଥିଲା । ଏହି ଆନ୍ଦୋଳନରେ ଗୁରୁବାର ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଶତାଧିକ ସଦସ୍ୟ ଓ କର୍ମକର୍ତ୍ତା ଦାନଗଦି ବ୍ଲକ୍ ମାନପୁର ଓଭରବ୍ରିଜ୍ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।