ଓଡିଶା

odisha

ମାଳିଙ୍କ ବୁଦ୍ଧିଆ ପୁଅ, ମାଟ୍ରିକ ପରେ ଯୁକ୍ତଦୁଇରେ କୃତିତ୍ବ ହାସଲ

By

Published : Aug 17, 2020, 4:39 PM IST

କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ବଣମଲ୍ଲୀ ଯେଉଁଠାରେ ଥାଉନା କାହିଁକି ତାହାର ବାସ୍ନା ସବୁଆଡେ ମହକି ଥାଏ। ଏହି କ୍ରମରେ ଆମେ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ତାରାକୋଟ ଗ୍ରାମର ମଣ୍ଟୁ ରଣାଙ୍କ ପୁଅ ସଞ୍ଜୟ ରଣାଙ୍କ ବିଷୟରେ କହୁଛୁ । ଅଧିକ ଖବର ପଢନ୍ତୁ...

ମାଳିଙ୍କ ବୁଦ୍ଧିଆ ପୁଅ, ମାଟ୍ରିକ ପରେ ଯୁକ୍ତଦୁଇରେ କୃତିତ୍ବ ହାସଲ
ମାଳିଙ୍କ ବୁଦ୍ଧିଆ ପୁଅ, ମାଟ୍ରିକ ପରେ ଯୁକ୍ତଦୁଇରେ କୃତିତ୍ବ ହାସଲ

ଯାଜପୁର: କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ବଣମଲ୍ଲୀ ଯେଉଁଠାରେ ଥାଉନା କାହିଁକି ତାହାର ବାସ୍ନା ସବୁଆଡେ ମହକି ଥାଏ। ଏହି କ୍ରମରେ ଆମେ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ତାରାକୋଟ ଗ୍ରାମର ମଣ୍ଟୁ ରଣାଙ୍କ ପୁଅ ସଞ୍ଜୟ ରଣାଙ୍କ ବିଷୟରେ କହୁଛୁ । ପେସାରେ ମଣ୍ଟୁ ଜଣେ ମାଳି ହୋଇଥିବାବେଳେ ତାଙ୍କ ଏକମାତ୍ର ପୁଅ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ଥିଲେ । ଏବେ ପୁଣି ଚଳିତ ବର୍ଷ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ଭଲ ନମ୍ବର ରଖି ଜିଲ୍ଲାରେ ନିଜର ପ୍ରତିଭାର ପରିଚୟ ଦେଇଛନ୍ତି ।

ମାଳିଙ୍କ ବୁଦ୍ଧିଆ ପୁଅ, ମାଟ୍ରିକ ପରେ ଯୁକ୍ତଦୁଇରେ କୃତିତ୍ବ ହାସଲ

ପ୍ରତିଭା ପାଖରେ ଅର୍ଥାଭାବ ଯେ, କୌଣସି ମୂଲ୍ୟ ରଖେନାହିଁ ଏହାର ପ୍ରମାଣ ଦେଇଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ତାରାକୋଟ ଗ୍ରାମର ସଞ୍ଜୟ ରଣା । ମଣ୍ଟୁଙ୍କ ପୁଅ ସଞ୍ଜୟ ଭବିଷ୍ୟତ ବଗିଚାରେ ଏକ ସୁନ୍ଦର ଫୁଲ ହୋଇ ମହକିଛନ୍ତି । ଅନେକ ଅଭାବ ଅନଟନ ମଧ୍ୟରେ ଗତି କରୁଥିବା ସଞ୍ଜୟ ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ଥିଲେ । ଆଉ ଏବେ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ 552 ନଂ ରଖି କୃତିତ୍ବ ହାସଲ କରିଛନ୍ତି ।

ବଣମଲ୍ଲୀ ଏବେ ବଣରେ ଝଡିନଯାଉ । ମେଡିକାଲ ସାଇନ୍ସ ପଢିବାକୁ ଇଚ୍ଛା ରଖିଥିବା ସଞ୍ଜୟ ନିଜ ପରିବାରର ଆର୍ଥିକ ସ୍ଥିତିକୁ ନେଇ କିଭଳି ଆଗକୁ ପାଠ ପଢିବେ, ସେ ନେଇ ଏବେ ପୁରା ପରିବାର ଚିନ୍ତାରେ । ମାଟ୍ରିକ ପରୀକ୍ଷା ପରେ ରାଜଧାନୀସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନର ଅନେକ ବ୍ୟକ୍ତି ଓ କଲେଜ କର୍ତ୍ତୃପକ୍ଷଙ୍କ ସହଯୋଗରେ ଯୁକ୍ତଦୁଇ ସିନା ପାସ କରିଗଲେ ଏବେ ଆଗକୁ କେମିତି ପଢିବେ ସେ ନେଇ ଘୋର ଚିନ୍ତା । ପରିବାରର ଆର୍ଥିକ ସ୍ଥିତିକୁ ଦେଖିଲେ ଆଉ ଆଗକୁ ପଢିବା ଅସମ୍ଭବ ବୋଲି ସେ ଜାଣିବି ନିରାଶ ହୋଇନାହାଁନ୍ତି । ଯଦି ଜିଲ୍ଲା ପ୍ରଶାସନ କି ରାଜ୍ୟ ସରକାର କୃପାଦୃଷ୍ଟି ଦିଅନ୍ତେ ସଞ୍ଜୟ ଭବିଷ୍ୟତରେ ଡାକ୍ତର ହୋଇ ସମାଜ ସେବା କରିବେ ବୋଲି କହିଛନ୍ତି ।

କଥାରେ ଅଛି ଦୃଢ଼ ଇଛାଶକ୍ତି ଆଗରେ ସବୁ ସ୍ବପ୍ନ ସତ ହୋଇଥାଏ। ଆର୍ଥିକ ଅନଟନ ମଧ୍ୟରେ ରହି ମଧ୍ୟ ଜଣେ କିଭଳି ଭାବେ ଉଚ୍ଚଶିକ୍ଷା ଲାଭ କରିପାରେ ତାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଜଣେ ମାଳିର ପୁଅ । ହେଲେ ଏବେ ବାଟ ହୁଡିଛି ଆର୍ଥିକବସ୍ଥା । ତେବେ ଦେଖିବାକୁ ବାକି ରହିଲା ମେଧାବୀ ଛାତ୍ର ସଞ୍ଜୟଙ୍କ ଉପରେ ସରକାରଙ୍କ କୃପାଦୃଷ୍ଟି ପଡୁଛି ନା ନାହିଁ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details