ଓଡିଶା

odisha

ETV Bharat / state

ରେଡଜୋନରେ ଯାଜପୁର, ଚିନ୍ତା ପ୍ରକଟ କଲେ ବୁଦ୍ଧିଜୀବୀ - ଯାଜପୁରରେ କୋରୋନା ସ୍ଥିତି

ଯାଜପୁର ଜିଲ୍ଲା ରେଡଜୋନରେ ରହିଥିବାବେଳେ ବୁଦ୍ଧିଜୀବୀମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଅଧିକ ପଢନ୍ତୁ...

ରେଡଜୋନରେ ଯାଜପୁର, ଚିନ୍ତା ପ୍ରକଟ କଲେ ବୁଦ୍ଧିଜୀବୀ
ରେଡଜୋନରେ ଯାଜପୁର, ଚିନ୍ତା ପ୍ରକଟ କଲେ ବୁଦ୍ଧିଜୀବୀ

By

Published : Jun 13, 2021, 8:13 PM IST

ଯାଜପୁର: ସାରା ରାଜ୍ୟରେ କ୍ରମାଗତ ଭାବେ ସଂକ୍ରମଣ କମିବାରେ ଲାଗିଛି । କିନ୍ତୁ ଯାଜପୁର ଜିଲ୍ଲାରେ ସଂକ୍ରମଣ କମିବାର ନାଁ ନେଉନାହିଁ । ଲକଡାଉନ ସତ୍ତ୍ବେ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଉନାହିଁ । ରବିବାର ଜିଲ୍ଲାରେ 370 ନୂଆ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି ।

ରେଡଜୋନରେ ଯାଜପୁର, ଚିନ୍ତା ପ୍ରକଟ କଲେ ବୁଦ୍ଧିଜୀବୀ

ଜିଲ୍ଲାରେ ବର୍ତ୍ତମାନ ସକ୍ରିୟଙ୍କ ସଂଖ୍ୟା 4351ରେ ରହିଛି । ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ 3Tକୁ ଗୁରୁତ୍ବ ଦିଆଯାଉଛି ହେଲେ ସଂକ୍ରମଣ କମିବାର ନାଁ ନେଉନାହିଁ । ଦୀର୍ଘ ଦିନ ଧରି ଜିଲ୍ଲା ରେଡ଼ଜୋନରେ ରହିବା ନେଇ ଚିନ୍ତାପ୍ରକଟ କରିଛନ୍ତି ବୁଦ୍ଧିଜୀବୀ । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଲୋକେ କଟକଣା ମାନୁ ନ ଥିବାରୁ ସମସ୍ୟା ବଢ଼ିବାରେ ଲାଗିଛି ।

ସେପଟେ ଜିଲ୍ଲାରେ ଏବେ ସ୍ମାର୍ଟ ଟେଷ୍ଟ ଏବଂ ଟ୍ରେସିଂ କରାଯାଉଛି । ସେଥିପାଇଁ କମ ସଂଖ୍ୟକ ଗୁରୁତର ରୋଗୀ ଚିହ୍ନଟ ହେଉଛନ୍ତି । କୋଭିଡ ମେଡ଼ିକାଲରେ ଏବେ ସିଟ ଖାଲି ହେବାରେ ଲାଗିଛି । ଜିଲ୍ଲାରେ କୋରୋନା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ଓ ଚିନ୍ତାର କୌଣସି କାରଣ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details