ଯାଜପୁର: ଆଜି ଜିଲ୍ଲାରେ ୨୦୬ ଜଣ କୋରୋନା ସଂକ୍ରମିତ ଚିହ୍ନଟ । ଏବେ ସଂଖ୍ୟା ୪୩୫୧ରେ ପହଞ୍ଚିଛି। ତେବେ ଜିଲ୍ଲା ସୂଚନା ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ସୂଚନା ଅନୁଯାୟୀ ଏଥିମଧ୍ୟରୁ ୩୩୭୭ ଜଣ ସୁସ୍ଥ ହେଇଥିବା ବେଳେ ୯୬୭ ତେବେ ଆଜିର ୨୦୬ କୋରୋନା ସଂକ୍ରମଣ ମଧ୍ୟରୁ ବଡ଼ଚଣା ବ୍ଲକର ୧୦, ଦଶରଥପୁର ୨୩, ଦାନଗଦି ୩, ରସୁଲପୁର ୨୭,ସୁକିନ୍ଦା ୨୮, ଯାଜପୁର ୪୪ ଜଣ ଥିବାବେଳେ ଅବଶିଷ୍ଟ ବ୍ୟାସନଗର ପୌରପରିଷଦ ୨୯ ଓ ଯାଜପୁର ପୌରପରିଷଦର ୭ଜଣ ଥିବା ଜଣାପଡ଼ିଛି ।
ଯାଜପୁରରେ ୨୦୬ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ଛୁଇଁଲା ୪୩୫୧ - ଯାଜପୁର କୋରୋନା ଆକ୍ରାନ୍ତ
ଯାଜପୁର ଜିଲ୍ଲାରେ ଲକଡାଉନ କଟକଣା ହଟିଯିବା ଫଳରେ ଏବେ କୌଣସି ଲୋକ ସାମାଜିକ ଦୂରତ୍ୱକୁ ମାନୁ ନଥିବା ଦେଖିବାକୁ ମିଳିଛି ।
ଯାଜପୁରରେ ୨୦୬ ଜଣ କୋରୋନା ସଂକ୍ରମଣ ଚିହ୍ନଟ, ସଂଖ୍ୟା ପହଞ୍ଚିଲା ୪୩୫୧ରେ
ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଜିଲ୍ଲାରେ ଲକଡାଉନ କଟକଣା ହଟିଯିବା ଫଳରେ ଏବେ କୌଣସି ଲୋକ ସାମାଜିକ ଦୂରତ୍ୱକୁ ମାନୁ ନଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଜିଲ୍ଲାରେ ପ୍ରତେକ ଦିନ କୋରୋନା ସଂକ୍ରମଣ ବଢୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଜିଲ୍ଲାବାସୀ ମନରେ ଉଦ୍ବେବେଗ ପ୍ରକାଶ ପାଇଛି । ଏଥିସହିତ ଯାଜପୁର ଜିଲ୍ଲା ଧୃତଗତିରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ ହେଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ