ଯାଜପୁର: ଲଘୁଖଣିଜ ଭରା ଧର୍ମଶାଳା ତହସିଲ ଅଧୀନ ବିଛାଖଣ୍ଡି ପାହାଡରୁ ଦୀର୍ଘ ଦିନ ହେଲା ବେଆଇନ ଭାବେ ବହୁ ପରିମାଣର କଳାପଥର ଚାଲାଣ ହେଉଛି ।
ଯାହାଦ୍ବାରା କୋଟି କୋଟି ଟଙ୍କାର ରାଜସ୍ବ ହାନି ଘଟୁଛି । କିଛି ସୈରତକୁ ଲିଜ ଦିଆଯାଇ ଥିଲେ ସୁଦ୍ଧା ଲିଜ ଠାରୁ ଅଧିକ ପରିମାଣର ପଥର ଖନନ କରାଯାଇଥିବା ଅଭିଯୋଗ ହୋଇଛି । ଏପରି ବେଆଇନ କାରବାରକୁ ରୋକିବା ପାଇଁ ଲୋକାୟୁକ୍ତ ନିକଟରେ ଅଭିଯୋଗ ପରେ ବିଛାଖଣ୍ଡି ପାହାଡ଼ରେ ପହଞ୍ଚିଛି ଭିଜିଲାନ୍ସ ଟିମ୍ । ଅଭିଯୋଗ ଆଧାରରେ ଶୁକ୍ରବାର କଟକ ଭିଜିଲାନ୍ସର ଏକ ଟିମ୍ ପାହାଡ଼କୁ ଯାଇ ତଦନ୍ତ କରିଛନ୍ତି ।