ଓଡିଶା

odisha

By

Published : Sep 8, 2022, 12:51 PM IST

ETV Bharat / state

ଟ୍ରଲର ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ପଲିଟେକନିକ କଲେଜ ଛକରେ ଅଭାବନୀୟ ଘଟଣା, ଟ୍ରଲର ଧକ୍କାରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର,ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । ଅଧିକ ପଢନ୍ତୁ

ଟ୍ରଲର ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
ଟ୍ରଲର ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଯାଜପୁର: ମେଡିକାଲ ଯାଉଥିବା ବେଳେ ମାଡିଗଲା ଟ୍ରକ୍‌ । ଘଟଣାସ୍ଥଳରେ ସ୍ବାମୀର ମୃତ୍ୟୁ ହୋଇଥିବାବେଳେ, ସ୍ତ୍ରୀ ଗୁରୁତର ଥିବା ସୂଚନା । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ପଲିଟେକନିକ କଲେଜ ଛକରେ । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବାବେଳେ, ପୋଲିସର ତଦନ୍ତ ଜାରି । ମୃତକ ଜଣଙ୍କ ହେଉଛନ୍ତି କେନ୍ଦୁଝରର କାଳନ୍ଦୀ ସାହୁ ।

ଟ୍ରଲର ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ କେନ୍ଦୁଝର ବସନ୍ତପୁରା ଗ୍ରାମର କାଳନ୍ଦୀ ସାହୁ ତାଙ୍କ ପତ୍ନୀଙ୍କ ସହିତ ବାଇକରେ କଟକ ବଡ ମେଡିକାଲ ଅଭିମୁଖେ ଯାଉଥିଲେ । ଏହି ସମୟରେ କୋରେଇ ଥାନା ଲକ୍ଷ୍ମୀନଗର ସରକାରୀ ପଲିଟେକନିକ କଲେଜ ଛକରେ ଏକ ଟ୍ରଲର କାଳନ୍ଦୀ ସାହୁଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ କାଳନ୍ଦୀଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପତ୍ନୀ ଗୁରୁତର ଭାବେ ଆହତ ହୋଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ଯାଜପୁର ରୋଡ ଅଗ୍ନିଶମ କର୍ମଚାରୀ ପହଞ୍ଚି ବାଇକକୁ ଟ୍ରଲର ଭିତରୁ ବାହାର କରିଥିଲା ।

ଏହା ମଧ୍ୟ ପଢନ୍ତୁ-ପ୍ରକାଶ ପାଇଲା ନିଟ୍ ୟୁଜି ପରୀକ୍ଷା ଫଳ, ସୋମଦତ୍ତ ଓଡିଶା ଟପ୍ପର

ସେପଟେ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦୁର୍ଘଟଣା ଘଟାଇଥିବା ଟ୍ରଲର ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲାବେଳେ, ପୋଲିସ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ଆୟତ୍ତକୁ ଆସିଥିବା ସୂଚନା ମିଳିଛି l

ABOUT THE AUTHOR

...view details