ଯାଜପୁର:ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡିଆ ଗାଁର ଭାଗ୍ୟଧର ଦାସଙ୍କ ସ୍ତ୍ରୀ ଅନ୍ୟ ଏକ ସ୍ଥାନରେ ବିବାହ କରୁଥିବା ଯାଜପୁର ଥାନାରେ ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ମିଳିବା ପରେ ଉଭୟ ପକ୍ଷକୁ ଆଣି ଥାନାରେ ପଚରା ଉଚୁରା କରାଯାଇଥିଲା । କିନ୍ତୁ, ଭାଗ୍ୟଧର କରିଥିବା ସମସ୍ତ ଅଭିଯୋଗକୁ ସଂପୁର୍ଣ୍ଣ ଅସ୍ୱିକାର କରିଥିଲେ ଯୁବତୀଙ୍କ ପରିବାର । ଓଲଟି ଭାଗ୍ୟଧର ତାଙ୍କ ପରିବାରର ସମ୍ମାନକୁ ପଦାରେ ପକାଇଛି ଓ ସେଥିପାଇଁ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପତ୍ନୀ ଦାବି କରିଛନ୍ତି ।
ସ୍ତ୍ରୀ କରୁଛି ଦ୍ୱିତୀୟ ବିବାହ, ଥାନାର ଦ୍ୱାରସ୍ଥ ସ୍ୱାମୀ - ସ୍ତ୍ରୀର ଦ୍ୱିତୀୟ ବିବାହ
ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡିଆ ଗାଁର ଭାଗ୍ୟଧର ଦାସଙ୍କ ସ୍ତ୍ରୀ ଅନ୍ୟ ଏକ ସ୍ଥାନରେ ବିବାହ କରୁଥିବା ଯାଜପୁର ଥାନାରେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...
ସ୍ତ୍ରୀର ଦ୍ୱିତୀୟ ବିବାହ ଖବର ପାଇ ସ୍ୱାମୀ ଥାନାର ଦ୍ୱାରସ୍ଥ
ପୋଲିସ ନିକଟରେ ଭାଗ୍ୟଧର ଦେଇଥିବା ବିବାହର ପ୍ରମାଣପତ୍ର ଓ ଫଟୋ ସବୁକୁ ନକଲି ବୋଲି କହିଥିଲେ ଯୁବତୀଙ୍କ ପରିବାର । ଭାଗ୍ୟଧର ଜୋରଜବରଦସ୍ତ ଆମ ଝିଅକୁ ବିବାହ କରିବାକୁ ଚାହୁଁଛି ସେଥିପାଇଁ ଏଭଳି ନାଟକ କରୁଥିବା ଯୁବତୀଙ୍କ ପରିବାର ଲୋକେ କହିଥିଲେ । ଅନ୍ୟପଟେ ଆସନ୍ତା କାଲି(ଗୁରୁବାର) ଯୁବତୀର ବିବାହ ହେବାକୁ ଥିବା ବେଳେ ଏଭଳି ଏଭଳି ଘଟଣା ସାମ୍ନାକୁ ଆସିବାରୁ ବାହଘର ଭାଙ୍ଗିଯାଇଥିବା ଜଣାପଡିଛି । ତେବେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ