ଯାଜପୁର : ଯାଜପୁର ରୋଡ ଥାନା ସାପଗଡ଼ିଆ ଗାଁରେ ଋଣ କିସ୍ତି ଟଙ୍କା ସୁଝି ନପାରିବାରୁ ଆତ୍ମହତ୍ୟା କରିଲେ ସ୍ୱାମୀ । ସୂଚନାନୁସାରେ ଏହି ଗାଁରେ ଦୀନବନ୍ଧୁ ମଣ୍ଡଳ ଓ ସ୍ତ୍ରୀ ସାବିତ୍ରୀ ମଣ୍ଡଳ ବ୍ୟାଙ୍କରୁ ଋଣ ନେଇଥିଲେ । ହେଲେ ସମୟ ଭିତରେ ଋଣ କିସ୍ତି ଟଙ୍କା ପରିଶୋଧ କରି ପାରିନଥିଲେ । ଏହାକୁ ନେଇ ଗତ କିଛିଦିନ ହେବ ଉଭୟ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା ।
ଦୀନବନ୍ଧୁ ଠିକ୍ ସେ କାମଧନ୍ଦା କରୁନଥିବାରୁ ବିଭିନ୍ନ ଘରୋଇ ବ୍ୟାଙ୍କରୁ ଆଣିଥିବା ଋଣ ଟଙ୍କା ସୁଝି ପାରୁନଥିଲେ । ତେବେ ଆଜି ଏକ ଘରୋଇ ବ୍ୟାଙ୍କର କିସ୍ତି ଟଙ୍କା ଦେବାକୁ ଥିବା ବେଳେ ଦୀନବନ୍ଧୁ ଟଙ୍କା ନଦେଇପାରିବାରୁ ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ସହ ପାଟିତୁଣ୍ଡ ଲାଗିଥିଲା ।